Only for Entertainment

ଯନ୍ତ୍ରଣାରୁ ରକ୍ଷା ଦିଏ ବରଫ ।

Mashable
30

ମୁଣ୍ଡାବିନ୍ଧାଜନିତ ସମସ୍ୟା ଅନେକ କାରଣରୁ ହୋଇଥାଏ, ଯେପରିକି ଅବସାଦ, ନିଦ୍ରାଜନିତ ସମସ୍ୟା ଆଦି। ଲଗାତାର ଭାବରେ ମୁଣ୍ଡ ବିନ୍ଧିବା ମଧ୍ୟ ବହୁତ ଗମ୍ଭୀର ସମସ୍ୟାର ରୂପ ନେଇଥାଏ। ତେଣୁ ଏହି ସମସ୍ୟାରୁ ମୁକୁଳିବା ପାଇଁ ହେଲେ,ଆପଣଙ୍କୁ ଆଜି ଆମେ ଆୟୁର୍ବେଦର ଏପରି କିଛି ଘରୋଇ ଉପାୟ ବିଷୟରେ କହିବୁ, ଯାହାକି ଆପଣଙ୍କୁ ଏହି ସମସ୍ୟାରୁ ତୁରନ୍ତ ହିଁ ମୁକ୍ତି ଦେଇଥାଏ। ଆସନ୍ତୁ ଜାଣିବା କ’ଣ ଅଟେ ଏହି ସବୁ ଘରୋଇ ଉପାୟ

ସେଓ :ସେଓ ମଧ୍ୟ ମୁଣ୍ଡବିନ୍ଧା ସମସ୍ୟା ଲାଗି ରାମବାଣ ସଦୃଶ କାମ କରିଥାଏ।ତେଣୁ ଯେଉଁ ସମୟରେ ଆପଣ ଏହି ସମସ୍ୟାକୁ ଅନୁଭବ କରୁଛନ୍ତି ,ସେହି ସମୟରେ ଆପଣ ସେଓ ସହିତ ଲୁଣକୁ ମିଶାଇ ଖାଆନ୍ତୁ।ଆପଣଙ୍କୁ ତୁରନ୍ତ ଆରାମ ମିଳିବ।

ଲବଙ୍ଗ:- ଏହି ସମସ୍ୟାରୁ ମୁକୁଳିବା ପାଇଁ ହେଲେ ,ଆପଣଙ୍କୁ ଲବଙ୍ଗକୁ ଗୁଣ୍ଡକରି ଏକ କପଡ଼ାରେ ବାନ୍ଧିବାକୁ ହେବ।ଏହାପରେ ଆପଣ ଏହାକୁ ଟିକେ -ଟିକେ ସମୟ ବ୍ୟବଧାନରେ ସେହି ପର୍ଯ୍ୟନ୍ତ ଏହି ଲବଙ୍ଗର ବାସ୍ନାକୁ ଶୁଂଘନ୍ତୁୁ,ଯେଉଁ ପର୍ଯ୍ୟନ୍ତ କି ଆପଣଙ୍କୁ ଆରାମ ନ ମିଳିଛି।

ବରଫ:-ଏତଦ୍‌ବ୍ୟତୀତ ଆପଣଙ୍କର ଯଦି ମାଇଗ୍ରେନ୍‌ର ଦରଜ ହେଉଥାଏ ,ତେବେ ଆପଣ ଆପଣଙ୍କ ଗଳାର ପଛପାର୍ଶ୍ୱରେ ବରଫକୁ ରଖିଦିଅନ୍ତୁ। ଆପଣଙ୍କୁ ଅତିଶୀଘ୍ର ଆରାମ ମିଳିବ।

 
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More