Only for Entertainment

ଦେଖନ୍ତୁ ଦେଶର ଏକ ରେଲୱେ ଷ୍ଟେସନ, ଯେଉଁଠାକୁ ଯିବାକୁ ଆବଶ୍ୟକ ହୁଏ ଭିଜା ଏବଂ ପାସପୋର୍ଟ !

bhelpoori
0 73

୭୨ତମ ସ୍ୱାଧୀନତା ଦିବସରେ ଆମେ ଆପଣଙ୍କୁ ଦେଶରେ ଅବସ୍ଥିତ ଏକ ଏଭଳି ରେଲୱେ ଷ୍ଟେସନ ସମ୍ପର୍କରେ କହିବୁ ଯାହା ଭିତରକୁ ଯିବା ପାଇଁ ଦରକାର ହୁଏ ପାସପୋର୍ଟ ଏବଂ ଭିଜା । ଶୁଣିବାକୁ ହୁଏତ ଅଜବ ଲାଗୁଥିବ ଯେ ବିଦେଶ ଯିବା ଲାଗି ସିନା ଭିଜା ପାସପୋର୍ଟ ଆବଶ୍ୟକ ହୋଇଥାଏ ମାତ୍ର ଏଠାରେ ଏକ ରେଲୱେ ଷ୍ଟେସନ ଯିବା ପାଇଁ କାହିଁକି ଭିଜା ଆବଶ୍ୟକ ! କିିନ୍ତୁ ଏହା ସତ୍ୟ ଅଟେ । କେବଳ ଏତିକି ନୁହେଁ ଏହି ଷ୍ଟେସନକୁ ବିନା ଭିଜାରେ ଯିବା ଆଇନ ଗତ ଅପରାଧ ଅଟେ । ଏହା ହେଉଛି ଦୁନିଆର ଏକ ମାତ୍ର ଅନ୍ତରାଷ୍ଟ୍ରୀୟ ରେଲୱେ ଷ୍ଟେସନ ଅଟାରୀ । ଏଠାକୁ ଯିବା ପାଇଁ ପାକିସ୍ଥାନୀ ଭିଜା ଗ୍ରହଣୀୟ ନୁହେଁ ।

୨୪ଜଣ ଖୁଫିଆ ତଥା ସୁରକ୍ଷା ଏଜେନ୍ସି ଙ୍କ ଦ୍ୱାରା ୨୪ଘଂଟା ରେଲୱେ ଷ୍ଟେସନ ତଦାରଖ କରୁଛନ୍ତି । ଏଠାରେ ବିନା ଭିଜା ଯାଉଥିବା ନାଗରିକଙ୍କୁ ୧୪ବିଦେଶ ଧାରା ଅନୁଯାୟୀ ମାମଲା ରୁଜୁ ହଏ ଏବଂ ଯେଉଁଥିରୁ ମୁକୁଳିବା ବଡ କଷ୍ଟକର ଅଟେ । ଏହି ରେଲୱେ ଷ୍ଟେସନ ଟିକେଟ ପାଇଁ ପାସପୋର୍ଟ ନମ୍ବର ଲେଖାଯାଇଥାଏ । ଏଠାରେ କୁଲି ନଥାଆନ୍ତି । ନିଜ ଜିନିଷ ନିଜକୁ ଉଠାଇବାକୁ ପଡିଥାଏ । ଏଠାରେ ଫଟୋଗ୍ରାଫି କରିବାକୁ ମନା । ଏହି ରେଲୱେ ଷ୍ଟେସନକୁ ଆପଣ କେବଳ ଦୂରରୁ ଦେଖିପାରିବେ । ଯଦି ଏହି ରେଲୱେ ଷ୍ଟେସନକୁ ଆପଣ ଦେଖିବା ପାଇଁ ଚାହାନ୍ତି ତେବେ ଗୃହମନ୍ତ୍ରାଳୟର ବିଭିନ୍ନ ମହଲରୁ ଆପଣଙ୍କୁ ସ୍ୱୀକୃତି ନେବା ପଡିଥାଏ ।

ପାଖା ପାଖି ୧୦ବର୍ଷ ପରେ ଫଜିଲ୍କାର ଏକ ଗାଁରେ ସୁଲେମାନ ହେଡ ୱାକ୍ସ ପାକିସ୍ତାନକୁ ଦେବା ପରେ ଶହିଦ ତ୍ରିମୂର୍ତ୍ତି ଙ୍କ ଯୋଡା ହୋଇଥିବା ସମାଧି ସ୍ଥଳ ଭାରତକୁ ମିଳିଯାଇଥିଲା । ସତଲୁଜ ହ୍ରଦ ପାଖରେ ନିର୍ମାଣ ହୋଇଥିବା ଏହି ସମାଧି ସ୍ଥଳ ଏବେ ପର୍ଯ୍ୟଟନ ସ୍ଥଳ ରୂପେ ବିକଶିତ କରାଯାଉଛି । ସମାଧି ସ୍ଥଳ ପାଖରେ ସବୁଜ କ୍ଷେତ ମଧ୍ୟ ପ୍ରସ୍ତୁତ କରାଯାଉଛି । ଏଠାରେ ପାର୍କ ଏବଂ ଦୋଳି ଆଦି ନିର୍ମାଣ କରାଯାଉଛି । ଶୁକ୍ରବାର ଏବଂ ରବିବାର ଖାସ କରି ଲୋକଙ୍କ ଭିଡ ଜମାହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More