Only for Entertainment

ବିଦେଶରେ ବ୍ୟାନ କିନ୍ତୁ ଭାରତରେ ପ୍ରଚୁର ବିକ୍ରି । ଆପଣ ମଧ୍ୟ କିଣୁଛନ୍ତି କି?

Aaj TV
0 69

ଏଭଳି କିଛି ପ୍ରଡକ୍ଟ ରହିଛି ଯାହାକୁ ବିଦେଶରେ ବ୍ୟାନ କରାଯିବା ସତ୍ତେ୍ୱ ମଧ୍ୟ ଭାରତରେ ଏବେ ମଧ୍ୟ ତାହାର ବିକ୍ରି ଜାରି ରହିଛି । ଲୋକ ସଚେତନ କରାଯିବା ପରେ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ଆସୁନାହିଁ । ତାହା ଔଷଧ ହେଉ ବା ଅନ୍ୟ କୌଣସି ସାମଗ୍ରୀ । ତାହା ଅପଣ ମଧ୍ୟ ଜାଣିବା ଉଚିତ । ତେବେ ଆସନ୍ତୁ ସେହି ପ୍ରଡକ୍ଟ ଗୁଡ଼ିକ ବିଷୟରେ ଆଲୋଚନା କରିବା ।

ରେଡ଼ ବୁଲ- ଫ୍ରାନ୍ସ ଏବଂ ଡେନମାର୍କ ଭଳି କେତେକ ଦେଶରେ ରେଡ଼ବୁଲକୁ ବ୍ୟାନ କରାଯାଇଛି । ଏହା ଦ୍ୱାରା ହୃଦଘାତଜନିତ ସମସ୍ୟା ଓ ଅନ୍ୟ ଗମ୍ଭୀର ରୋଗ ହୋଇଥାଏ ।

 

ଅନପାଶ୍ଚରାଇଜଡ ଦୁଗ୍ଧ – ବିଦେଶରେ ବିନା ପାଶ୍ଚରାଇଜଡ ଦୁଗ୍ଧ ବିକ୍ରିକୁ ବ୍ୟାନ କରାଯାଇଛି । କାରଣ ଏଥିରେ ମାଇକ୍ରୋଭସ ଏବଂ ଜୀବାଣୁ ଥାଆନ୍ତି ।

ପେଷ୍ଟିସାଇଡସ- କୀଟନାଶକ ଉପଯୋଗ ଦ୍ୱାରା ଫସଲରେ ଏଭଳି ବିଷାକ୍ତ ପଦାର୍ଥ ଉତ୍ପନ୍ନ ହୋଇଥାଏ ଯାହା ମାନବ ଶରୀର ପାଇଁ ସଂପୂର୍ଣ୍ଣ କ୍ଷତିକାରକ ।

ଡିସପ୍ରିନ- ଡିସପ୍ରିନ ନାମକ ଔଷଧକୁ ଦିଲ୍ଲୀରେ ମଧ୍ୟ ବ୍ୟାନ କରାଯାଇଥିଲା । କିନ୍ତୁ ଦେଶର କେତେକ ରାଜ୍ୟରେ ଏବେ ମଧ୍ୟ ଏହି ଔଷଧ ଅତି ସହଜରେ ବିକ୍ରି ହେଉଛି ।

Disprin

କିଣ୍ଡର ଚକଲେଟ- ଏହାକୁ ପ୍ରସ୍ତୁତ କରିବା ପାଇଁ ଯେଉଁ କେମିକଲର ବ୍ୟବହାର କରାଯାଏ ତାହା ଦ୍ୱାରା ଛୋଟ ପିଲାଙ୍କ ନିଃଶ୍ୱାସ ବନ୍ଦ ହେବାଭଳି ସମସ୍ୟା ସୃଷ୍ଟି ହୋଇଥାଏ ।

ଜେଲି ସ୍ୱିଟସ-ଏଥିରେ ମଧ୍ୟ ଥିବା କେମିକଲ ନିଶ୍ୱାସରେ ବାଧା ସୃଷ୍ଟି କରିଥାଏ । ଏହାକୁ ବ୍ୟାନ କରାଯିବା ପରେ ମଧ୍ୟ ଆମ ଦେଶରେ ଏହା ଏବେ ମଧ୍ୟ ବିକ୍ରି ହେଉଛି ।

ନିମୁଲିଡ ପେନକିଲର- କେତେକ ଦେଶ ଏହାକୁ ବ୍ୟାନ କରି ଦେଇଛନ୍ତି । ଏହା ଦ୍ୱାରା ଲିଭର ଏବଂ କିଡନୀରେ ସମସ୍ୟା ସୃଷ୍ଟି ହୋଇଥାଏ । କିନ୍ତୁ ଭାରତରେ ବିକ୍ରି ଜାରି ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More