Only for Entertainment

ରାତି ପାହିଲେ ଜନ୍ମାଷ୍ଟମୀ, ଜାଣନ୍ତୁ ପାଳନ କରିବାର ବିଧି

DNA India
0 38

ରାତି ପାହିଲେ ଜନ୍ମାଷ୍ଟମୀ, ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପାଳନ କରାଯାଏ । ଏହି ଦିନ ଭଗବାନ କୃଷ୍ଣ ଧରାପୃଷ୍ଟରେ ଜନ୍ମ ଗ୍ରହଣ କରିଥିଲେ । ଜନ୍ମାଷ୍ଟମୀ ପୂଜା ପାଳନ କରିବା ଦ୍ୱାରା ସନ୍ତାନ ପ୍ରାପ୍ତି, ସମୃଦ୍ଧି ଏବଂ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଜନ୍ମାଷ୍ଟମୀର ପୂଜା ବିଧି ।

ପୂଜାର ବିଧି
ଜନ୍ମାଷ୍ଟମୀ ଦିନ ଘରେ ବାଳକୃଷ୍ଣଙ୍କୁ ସ୍ଥାପନା କରନ୍ତୁ ।

ପ୍ରେମ ଓ ଦାମ୍ପତ୍ୟ ଜୀବନରେ ଶୁଖ-ଶାନ୍ତି ପାଇଁ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ସ୍ଥାପନ କରିବା ଉତ୍ତମ ଅଟେ ।

ସନ୍ତାନ ପ୍ରାପ୍ତି ଓ ସବୁ ମନସ୍କୋମନ ପୂରଣ ନିମନ୍ତେ ବାଳକୃଷ୍ଣଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ ।

ପ୍ରାତଃ କାଳରୁ ସ୍ନାନ ସାରି ପୂଜା କରନ୍ତୁ । ଦିନରେ ଜଳ ବା ଫଳ ଆହାର ଗ୍ରହଣ କରି ପାରିବେ ।

ମଧ୍ୟରାତ୍ରିରେ ଭଗବାନ କୃଷ୍ଣଙ୍କ ଧାତୁ ପ୍ରତିମାକୁ ଏକ ପାତ୍ରରେ ରଖନ୍ତୁ ।

ଏହି ପ୍ରତିମାକୁ ପ୍ରଥମେ କ୍ଷୀର, ପରେ ଦହି, ପୁଣି ମହୁ, ପୁଣି ସିରା ଓ ଘିଅରେ ସ୍ନାନ କରାନ୍ତୁ । ପୁଣି ପଞ୍ଚାମୃତରେ ସ୍ନାନ କରାଇ ଶେଷରେ ଜଳରେ ପ୍ରତିମାଙ୍କୁ ସ୍ନାନ କରାନ୍ତୁ ।

ହଳଦିଆ ରଙ୍ଗର ବସ୍ତ୍ର, ଚନ୍ଦନ ଓ ଫୁଲ ଦେଇ ଭଗବାନ କୃଷ୍ଣଙ୍କୁ ସଜାନ୍ତୁ । ବୈଜୟନ୍ତି ଫୁଲ ଅର୍ପଣ କରିବା ସର୍ବୋତ୍ତମ ଅଟେ ।

ପଞ୍ଚାମୃତ ଅର୍ପଣ କରିବା ସହ ତୁଳସୀ ଜଳ ଅର୍ପଣ କରିବା ଅତ୍ୟନ୍ତ ଜରୁରୀ ଅଟେ । ମେୱା, ଲହୁଣୀ ଓ ମିଶ୍ରୀ ଭୋଗ ଲଗାନ୍ତୁ ।

ବିଭିନ୍ନ ପ୍ରକାର ବ୍ୟଞ୍ଜନ ସହ ପୂର୍ଣ୍ଣ ସାତ୍ବିକ ଭୋଜନ ଏହି ଦିନ କୃଷ୍ଣ ଭଗବାନଙ୍କ ନିକଟରେ ଭୋଗ ଲାଗାଯାଏ ।

ଧ୍ୟାନ ରଖିବେ ପୂଜା କରୁଥିବା ବ୍ୟକ୍ତି କଳା ବା ଧଳା ରଙ୍ଗର ବସ୍ତ୍ର ନ ପିନ୍ଧିବା ଉଚିତ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More