Only for Entertainment

ଶତାଧିକ ବର୍ଷ ଧରି ବଞ୍ଚୁଥିବା ମଣିଷର ଦେଶ ଜାପାନ !

ndtv
0 38

ଜାପାନରେ ଶହେରୁ ଅଧିକ ବୟସ ପର୍ଯ୍ୟନ୍ତ ବଞ୍ଚୁଥିବା ଲୋକଙ୍କ ସଂଖ୍ୟା ସମଗ୍ର ବିଶ୍ୱରେ ସର୍ବାଧିକ। ଏଠାରେ ପ୍ରାୟ ୬୯,୭୮୫ ଲୋକ ଶହେ ବର୍ଷରୁ ଅଧିକ ବୟସ ବଞ୍ଚିଥିବା କଥା ଏକ ଆକଳନରୁ ସାମ୍ନାକୁ ଆସିଛି। ଏଠାରେ ହଜାର ହଜାର ଲୋକ ଶହେ ବର୍ଷରୁ ଅଧିକ ବୟସ ବଞ୍ଚି ରହିଛନ୍ତି। ଯେଉଁଥିରେ ପ୍ରାୟ ୮୮.୧ ପ୍ରତିଶତ ମହିଳା ରହିଛନ୍ତି। ସରକାର ମଧ୍ୟ ଏହି ସୂଚନା ପ୍ରଦାନ କରି କହିଛନ୍ତି କି, ଜାପାନରେ ଏତେ ଲୋକ ଶହେ ବର୍ଷରୁ ଅଧିକ ବୟସ ପର୍ଯ୍ୟନ୍ତ ଜୀବିତ ରହିବାର କାରଣ ସ୍ୱାସ୍ଥ୍ୟ ସେବାରେ ଆସିଥିବା ଉନ୍ନତି ଏବଂ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟକୁ ନେଇ ବଢୁଥିବା ଜାଗ୍ରୁକତା।

ମିଳିଥିବା ରିପୋର୍ଟ ଅନୁଯାୟୀ, ଜାପାନରେ ୧୦୦ରୁ ଅଧିକ ବର୍ଷ ବଞ୍ଚିଥିବା ଲୋକଙ୍କ ସଂଖ୍ୟା ୬୯,୭୮୫ ହୋଇଥିବା ବେଳେ ଏଥିରେ ମହିଳାଙ୍କ ସଂଖ୍ୟା ୬୧,୪୫୪ ଏବଂ ପୁରୁଷଙ୍କ ସଂଖ୍ୟା ୮,୩୩୧ ରହିଛି। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ୟୀସୁହିରୋ ନାକାସୋନେ ମଧ୍ୟ ସାମିଲ ରହିଛନ୍ତି। ଜାପାନରେ ୧୯୭୧ରୁ ଲୋକଙ୍କ ବୟସ ବଢିବାରେ ଲାଗିଛି। ତେଣୁ ସରକାରଙ୍କ ଆଶା ଅଛି କି, ଏହି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ ଏବଂ ଆସନ୍ତା ୧୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ବଢି ୧ ଲକ୍ଷରେ ପହଞ୍ଚିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More