Only for Entertainment

ଧନବାନ ହେବା ପାଇଁ କାର୍ତ୍ତିକ ପୂର୍ଣ୍ଣିମାରେ ଦାନ କରନ୍ତୁ ଏହି ସବୁ ଜିନିଷ

Odisha Diary
167

କାର୍ତ୍ତିକ ମାସର ମହତ୍ୱ ହିନ୍ଦୁ ଧର୍ମରେ ବହୁ ପୂର୍ବରୁ ରହିଛି । ସେଥିପାଇଁ ତ ଏହି ମାସକୁ ଧର୍ମମାସ ବୋଲି କୁହାଯାଏ । କାର୍ତ୍ତିକ ପୂର୍ଣ୍ଣିମାର ମହତ୍ୱ ଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ ରହିଛି । କାର୍ତ୍ତିକ ପୂର୍ଣ୍ଣିମାରେ କାର୍ତ୍ତିକ ମାସର ଅନ୍ତ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଲୋକେ ପୂଜା ପାଠ, ଦାନ ପୂଣ୍ୟ ପରି ଧାର୍ମିକ କାର୍ଯ୍ୟ କରିଥାନ୍ତି । ଏପରି କରିବା ଦ୍ୱାରା ଅନେକ ଶୁଭ ଫଳ ମିଲିଥାଏ ବୋଲି କୁହାଯାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ନିଦୀ କୂଳରେ ଡଙ୍ଗା ଭସାଇ ଦୀପ ଜଳାଯାଏ । କୁହାଯାଏ ଏପରି କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ । ପୌରାଣିକ କଥା ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ମା’ ଲକ୍ଷ୍ମୀଙ୍କ ପୂଜା ବିଧି ବିଧାନ ସହିତ କରାଯିବା ଉଚିତ ।

ମାନ୍ୟତା ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭଗବାନ ଶିବ ତ୍ରିପୁରାସୁର ନାମକ ଜଣେ ରାକ୍ଷସର ବଧ କରିଥିଲେ । ତେଣୁ ଏହି ଦିନ ଭଗବାନ ଶିବଙ୍କ ଦର୍ଶନ କରିବା ଦ୍ୱାରା ସାତ ଜନ୍ମ ପର୍ଯ୍ୟନ୍ତ ଜ୍ଞାନ ଏବଂ ଧନ ମିଳିଥାଏ । କାର୍ତ୍ତିକ ପୂର୍ଣ୍ଣିମା ତ୍ରିପୁରୀ ପୂର୍ଣ୍ଣିମା ନାମରେ ମଧ୍ୟ ବେଶ ଜଣା ଶୁଣା । କୁହାଯାଏ ଏହି ଦିନ ଦାନ ପୁଣ୍ୟ କରିବା ଦ୍ୱାରା ପୁଣ୍ୟଫଳ ମିଳିବା ସହିତ ବ୍ୟକ୍ତି ଧନବାନ ହୋଇଥାଏ ।

କାର୍ତ୍ତିକ ପୂର୍ଣ୍ଣିମା ପୂଜା ପୂର୍ବରୁ ଘରକୁୂ ଭଲ ଭାବେ ସଫା ରଖନ୍ତୁ । ଏପରି କରିବା ଦ୍ୱାରା ଲକ୍ଷ୍ମୀ ମା’ଙ୍କ ଆଗମାନ ହୋଇଥାଏ । ଘରର ଦ୍ୱାରକୁ ଫୁଲରେ ସଜାନ୍ତୁ ଏବଂ ବିଧିର ସହିତ ଲକ୍ଷ୍ମୀ ନାରାୟଣଙ୍କ ପୂଜା କରନ୍ତୁ ।

ଏହି ଦିନ ଦୀପଦାନ ବା ଗୋ ଦାନ କରିବା ଶୁଭ ଅଟେ । ଏପରି କରିବା ଦ୍ୱାରା ସମସ୍ୟା ସଦୂର ଦେବା ସହିତ ସୁଖ ସମୃଦ୍ଧି ମିଲିଥାଏ । ଯଦି ଆପଣ ଏହା କରିପାରୁନାହାଁନ୍ତି ତେବେ କୌଣସି ମନ୍ଦିରକୁ ଯାଇ ଦୀପଦାନ କିମ୍ବା ଚାଉଳ, ଚିନି, କ୍ଷୀର ଦାନ କରିପାରିବେ । ଯଦି ଦାନ କରିପାରନ୍ତି ତେବେ ଏହାକୁ ନଦୀରେ ଭସାଇ ପୁଣ୍ୟ ଅର୍ଜନ କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More