Only for Entertainment

ଛୋଟ ଝିଅଟିର କବିତା ଶୁଣିଲେ ଆପଣଙ୍କ ଆଖିରେ ମଧ୍ୟ ଆସିଯିବ ଲୁହ ।

NDTV India
0 57

ନାବାଳିକାଙ୍କ ସହିତ ହେଉଥିବା ଦୁଷ୍କର୍ମ ମାମଲା ଏବେ ବଢିବାକୁ ଲାଗିଛି । ନିକଟରେ କାଠୁଆରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରିବା ପରେ ଏହାକୁ ନେଇ ସାରା ଦେଶରେ ଆନ୍ଦୋଳନ ଦେଖିବାକୁ ମିଳିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡ ଷ୍ଟାର ପର୍ଯ୍ୟନ୍ତ ଏହାକୁ ବିରୋଧ କରିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଛୋଟ ଝିଅଟି ନାବାଳିକାଙ୍କ ସହିତ ହେଉଥିବା ଦୁଷ୍କର୍ମକୁ ବିରୋଧ କରି ଏକ କବିତା କହୁଥିବା ଦେଖିବାକୁ ମିଳିଛି । ଯାହାକୁ ଶୁଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ ।

ଏହି ଭିଡିଓରେ ନଜର ଆସିଥିବା ଆଠ ବର୍ଷର ଝଅର ନାମ ଅବନୀ ମିଶ୍ରା । ସେ ଦିଲ୍ଲୀ ପବ୍ଲିକ ସ୍କୁଲ, ମଥୁରା ରୋଡର ଚତୁର୍ଥ ଶ୍ରେଣୀର ଛାତ୍ରୀ । ଭିଡିଓରେ ପ୍ରଥମେ ଝିଅଟି ନିଜ ନାଁ କହି କବିତା ‘ମେଁ ସ୍ତ୍ରୀ ହୁଁ’ କୁ ଶୁଣାଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଲୋକେ ପସନ୍ଦ କରିବା ସହିତ ସେୟାର ମଧ୍ୟ କରୁଛନ୍ତି ।

ସୂଚନା ଅନୁସାରେ ଏହି କବିତାକୁ ପୁନେରେ ରହୁଥିବା ବୈଭବ ଗୁପ୍ତା ଲେଖିଛନ୍ତି । ହେି କବିତା ମାଧ୍ୟମରେ ସେ ଦେଶବାସୀଙ୍କୁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More