Only for Entertainment

ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ କଣ ଆଶା କରନ୍ତି ମେରିଲ ସ୍ଟ୍ରିପ !

wennermedia.com
0 46

ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ମେରିଲ ସ୍ଟ୍ରିପ ଗତ କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଆଗାମୀ ନୂଆ ଫିଲ୍ମ ‘ଦ ପୋଷ୍ଟ’କୁ ନିହାତି ପସନ୍ଦ କରିବେ ଏବଂ ପ୍ରଭାବିତ ହେବେ ବୋଲି ତାଙ୍କର ଆଶା ରହିଥିବା ଅଭିନେତ୍ରୀ ମେରିଲ ସ୍ଟ୍ରିପ କହିଛନ୍ତି ।

ଏହି ଫିଲ୍ମରେ ଦେଶ ଭକ୍ତି ପରିପୂର୍ଣ୍ଣ ରହିଥିବା ଏକ ସାକ୍ଷାତକାରରେ ମେରିଲ ସ୍ଟ୍ରିପ କହିଥିଲେ । ଏଠାରେ ଆମେ କହି ରଖୁଛୁଯେ ଅଭିନେତ୍ରୀ ମେରିଲ ସ୍ଟ୍ରିପ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ସେ ୱାଶିଂଙ୍ଗଟନ ପୋଷ୍ଟର ପ୍ରଥମ ମହିଳା ପ୍ରକାଶକ ଅଟନ୍ତି ସେ ସମ୍ପାଦକ ବେନ ବ୍ରେଡଲିଙ୍କ ସାହାଯ୍ୟ ଉପରେ ନିର୍ଭର କରିଛନ୍ତି । ସେପଟେ ଫିଲ୍ମରେ ସମ୍ପାଦକ ବେନ ବ୍ରିଡେଲ ଭୂମିକାରେ ଅଭିନୟ କରିଛନ୍ତି ଟମ ହେକ୍ସ । ଅନେକ ପୁରସ୍କୃତ ହୋଇଥିବା ଏହି ଅଭିନେତ୍ରୀ ହଲିଉଡ ଜଗତର ଜଣେ ସମ୍ମାନିତ ବ୍ୟକ୍ତି ଅଟନ୍ତି ।

ମେରିଲ ସ୍ଟ୍ରିପ ଓସ୍କାର ଗୋଲ୍ଡେନ ଗ୍ଲୋବ ଉତିହାସରେ ସବୁଠାରୁ ଅଧିକ ନାମାଙ୍କିତ କଳାକାର ଅଟନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More