Only for Entertainment

କାରରେ ସ୍ଥାନ ନଥିବାରୁ ପ୍ରସବ ପାଇଁ ସାଇକେଲରେ ଗଲେ ନ୍ୟୁଜିଲ୍ୟାଣ୍ଡ ମନ୍ତ୍ରୀ ।

amarujala
0 52

ପିଲାକୁ ଜନ୍ମ ଦେବା ପାଇଁ ସାଇକେଲ୍ ଧରି ମନ୍ତ୍ରୀ ପହଞ୍ଚିଲେ ହସ୍ପିଟାଲରେ । ଆଜ୍ଞା ହଁ ଘଟଣାଟି ଆପଣକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ନ୍ୟୁଜିଲ୍ୟାଣ୍ଡର ମନ୍ତ୍ରୀ ଜୁଲି ଏନେ ଜେଂଟର ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେବା ପାଇଁ ସାଇକେଲ ଚଲାଇ ହସ୍ପିଟାଲ ପହଞ୍ଚିଛନ୍ତି । ଗ୍ରୀନ ପାର୍ଟି ର ସାଂସଦ ଜେଂଟର ଜଣେ ସାଇକ୍ଲିଷ୍ଟ ଅଟନ୍ତି । ପ୍ରସବ ପାଇଁ ସେ ତାଙ୍କ ଘରଠୁ ପାଖାପାଖି ୧ କିମି ଦୁରରେ ଅବସ୍ଥିତ ହସ୍ପିଟାଲକୁ ସାଇକେଲ ଚଲାଇ ଯାଇ ପହଞ୍ଚିଛନ୍ତି ।

ସୋସିଆଲ ମିଡିଆରେ ସେ ଏହି ଫଟୋକୁ ଶେୟାର କରିବା ବେଳେ କ୍ୟାପ୍ସନରେ ଲେଖିଛନ୍ତ ଯେ, ‘ମୁଁ ଓ ମୋ ଜୀବନ ସାଥି ସାଇକେଲରେ ଯିବା ପାଇଁ ନିଷ୍ପତ୍ତି ନେଇଥିଲୁ କାରଣ ଅନ୍ୟ ସହଯୋଗୀଙ୍କ ପାଇଁ କାର୍ରେ ପର୍ଯ୍ୟାପ୍ତ ସ୍ଥାନ ନ ଥିବାରୁ ସେ ଦୁହେଁ କାର୍ରେ ଯିବା ପାଇଁ ନିଷ୍ପତି ନେଇଥିଲେ । ଏହା ଦ୍ୱାରା ମୋ ମୁଡ ବି ଠିକ୍ ରହିଥିଲା’ । ସେ ବର୍ତ୍ତମାନ ୪୨ ସପ୍ତାହର ଗର୍ଭବତୀ ଅଛନ୍ତି । ତାଙ୍କ ପାର୍ଟିର ଏକ ସହଯୋଗୀଙ୍କ କହିବା ମୁତାବିକ ବର୍ତ୍ତମାନ ସୁଦ୍ଧା ସେ ପିଲାକୁ ଜନ୍ମ ଦେଇନାହାନ୍ତ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More