Only for Entertainment

ଅନଲାଇନ ସପିଂ ମଧ୍ୟ ଏକ ସାମାଜିକ ବ୍ୟାଧି : ଅଧ୍ୟୟନ

Daily Mail
40

ଆଜିକାଲି ଅନେକ ଲୋକ ଅନଲାଇନରେ ସପିଂକୁ ଗୁରୁତ୍ବ ଦେଉଛନ୍ତି। କିଛି ଲୋକ କାଁଭାଁ ଅନଲାଇନରେ ସପିଂ କରୁଥିବା ବେଳେ ଆଉ କେତେକ ଲୋକ ଅଛନ୍ତି ଯାହାଙ୍କ ପାଇଁ ଅନଲାଇନ ସପିଂ କରିବା ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଯାଇଛି । ଏହାକୁ ନେଇ ନିକଟରେ ଏକ ଅଧ୍ୟୟନ କରାଯାଇଥିଲା। ଏଥିରୁ ଜଣାଯାଇଛି ଯେ ନିୟମିତ ଅନଲାଇନ ସପିଂର ଏହି ଅଭ୍ୟାସ ଏକ ପ୍ରକାର ମାନସିକ ରୋଗ ।

୧୨୨ ଜଣଙ୍କ ଉପରେ କରାଯାଇଥିବା ଅଧ୍ୟୟନରୁ ସ୍ପଷ୍ଟ ହୋଇଛି କି ୩୪ ପ୍ରତିଶତ ରୋଗୀଙ୍କର ଅନଲାଇନ ସପିଂର ନିଶା ମାତ୍ରାଧିକ। ସେମାନେ ଚିନ୍ତା ଏବଂ ଅବସାଦଜନିତ ରୋଗରେ ପୀଡ଼ିତ । ସେମାନେ ବାୟିଂ ସପିଂ ଡିସଅର୍ଡର ରୋଗରେ ଆକ୍ରାନ୍ତ ହୋଇଛନ୍ତି ।

ଜର୍ମାନୀର ହୋନବର ମେଡିକାଲ ସ୍କୁଲରେ ଅଧ୍ୟୟନକାରୀଙ୍କ ଅଧ୍ୟୟନକାରୀଙ୍କ କହିବା ଅନୁସାରେ ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ଜିନିଷ କିଣିବାର ତୀବ୍ର ଇଚ୍ଛା ରହିଥାଏ । ଏହି ପରେ ମାନସିକ ଚିନ୍ତା ବୃଦ୍ଧି ହୋଇଥାଏ ଏବଂ ଏହାକୁନେଇ ଘରୋଇ କଳହ ମଧ୍ୟ ବଢ଼ିଥାଏ ବୋଲି କୁହାଯାଇଛି। ଆପଣ ଜାଣି ବିସ୍ମିତ ହେବେ ଯେ ଏବେ ଅନେକ ଲୋକ ଅନଲାଇନ ସପିଂର ଅଭ୍ୟାସରୁ ନିଜକୁ ଦୂରେଇବା ପାଇଁ ଚିକିତ୍ସିତ ମଧ୍ୟ ହେଉଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More