Only for Entertainment

ନକରାତ୍ମକ ଶକ୍ତିର ପ୍ରଭାବ ଦୂର କରେ ମୟୁର ପୂଛ ।

Online Science Mall
0 76

ଭଗବାନ ଶ୍ରୀକୃଷ୍ଣଙ୍କ ମଥାରେ ମୟୁର ପୂଛ ସବୁବେଳେ ଶୋଭା ପାଏ । ତେଣୁ କୁହାଯାଏ ଏହା ଭଗବାନଙ୍କର ଖୁବ ପ୍ରିୟ ।ପ୍ରାଚୀନ କାଳରେ ମୟୂରର ପରକୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଉଥିଲା।
ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ମୟୂର ପର ରଖିବା ଦ୍ୱାରା ଘରର ବହୁ ବାସ୍ତୁ ଦୋଷ ଦୂର ହୋଇଥାଏ। ପ୍ରବେଶ କରିପାରନ୍ତି ନାହିଁ। କେବଳ ଏତିକି ନୁହେଁ, ମୟୂର ପର ସହ ଧନର ଦେବୀ ମା’ ଲକ୍ଷ୍ମୀଙ୍କର ସମ୍ପର୍କ ରହିଥିବା କୁହାଯାଇଥାଏ।

  • ମୟୂରର ପର ଘରର ଧନବୃଦ୍ଧିରେ ସହାୟକ ହୋଇଥାଏ। ତେଣୁ ଏହାକୁ ଘରର ଟଙ୍କା ବା ସୁନା ଗହଣା ରଖିବା ସ୍ଥାନରେ ରଖନ୍ତୁ। ଏହାକୁ ଆପଣ ଅଫିସ୍‌ରେ ମଧ୍ୟ ରଖିପାରିବେ।
  • ମୟୂର ପର ରଖିଲେ ଘରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରନ୍ତି ନାହିଁ। ଘରର ବାସ୍ତୁଦୋଷ ଦୂର କରିବାରେ ମୟୂର ପର ବେଶ୍ ପ୍ରଭାବଶାଳୀ। ତେଣୁ ଘରେ ମୟୁର ପର ରଖିବା ଦ୍ୱାରା ଏଥିରୁ ଶୁଭ ଫଳ ମିଳିଥାଏ।
  • କୁହାଯାଏ, ମୟୂର ପର ମସ୍ତକରେ ଧାରଣ କଲେ ବିଦ୍ୟା ଲାଭ ହୋଇଥାଏ।
  • ଶୋଇବା ଘରର ଅଗ୍ନି କୋଣରେ ମୟୂରର ଫଟୋ ଲଗାଇଲେ, ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ବଢ଼ିଥାଏ। କିନ୍ତୁ ଧ୍ୟାନ ଦିଅନ୍ତୁ, ବେଡ୍‌ରୁମ୍‌ରେ ଯେପରି ମୟୂରର ଶୋ’ ପିସ୍‌ ଅବା ମୟୂର ପର ଠିକ୍‌ ଦ୍ୱାରର ସାମ୍ନାରେ ରହିବ।
  • ମୟୂର ପରକୁ ଘରର ଏପରି ଜାଗାରେ ରଖନ୍ତୁ, ଯେଉଁଠି ସମସ୍ତଙ୍କ ନଜର ପଡ଼ୁଥିବ। ଏହାଦ୍ୱାରା ଘରକୁ ଆସୁଥିବା ସମସ୍ତ ନକାରାତ୍ମକ ଶକ୍ତି ବାହାରକୁ ଚାଲିଯିବେ ଏବଂ ଘରର ମାହୋଲ ଶୁଦ୍ଧ ରହିବ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More