Only for Entertainment

ଏବେ କମ ବଜେଟରେ ବୁଲନ୍ତୁ ବାଲୀ, କିଛି ଏଭଳି କରନ୍ତୁ ଟ୍ରିପର ପ୍ଲାନିଂ ।

telegraph
0 55

ବୁଲିବା କାହାକୁ ପସନ୍ଦ ନୁହେଁ ମାତ୍ର ବୁଲିବା ସହ ବଜେଟ ପ୍ରସ୍ତୁତ କରି ଚାଲିବା ମଧ୍ୟ ଖୁବ ଜରୁରୀ ଅଟେ । କାରଣ ଦରକାର ଠାରୁ ଅଧିକ ଖର୍ଚ୍ଚ ହୋଇଗଲେ ବୁଲିବାର ମଜା କିରକିରା ହୋଇଯାଏ । ଯଦି ଆପଣ ମଧ୍ୟ ବଜେଟ ଟ୍ରାଭେଲ ଉପରେ ଭରସା କରନ୍ତି ତେବେ ଆପଣଙ୍କୁ ଏଭଳି ଏକ ସ୍ଥାନ ସମ୍ପର୍କରେ କହିବା ପାଇଁ ଯାଉଅଛୁ ଯେଉଁଠାରେ ଆପଣ କମ ବଜେଟରେ ମଧ୍ୟ ବୁଲି ପାରିବେ । ଇଣ୍ଡୋନେସିଆର ବାଲି ସମେତ କୌଣସି ଦୂର ସହର ଭ୍ରମଣ ମଧ୍ୟ କରିପାରିବେ । କାରଣ ଏଠାରେ ଏକ ମାସର ଭିଜା ସର୍ପୋଟ ରହିଛି ।

2017_12_18_37480_1513582631._large

ଭାରତ ଏବଂ ଇଣ୍ଡୋନେସିଆ ମୂଲ୍ୟ ଅନୁସାରେ ତଫାତ ଏତିକି ଯେ ଭାରତୀୟ ଟୁରିଷ୍ଟ ଏଠାରେ ଧନୀ ଅନୁଭବ କରନ୍ତି । ଇଣ୍ଡୋନେସିଆର ମୂଲ୍ୟ ମଧ୍ୟ ଟଙ୍କା ହିଁ ଅଟେ ।

index

ଆଜିକାଲି ୪୭୧ ଭାରତୀୟ ଟଙ୍କା ବଦଳରେ ୧,୦୦,୦୦୦ ଇଣ୍ଡୋନେସିଆ ଟଙ୍କା ମିଳିଥାଏ । ସେଠାରେ ଟଙ୍କା ଶସ୍ତା ଅଟେ ମାତ୍ର ଅନ୍ୟ ସବୁ ମହଙ୍ଗା ଅଟେ । ସେଠାରେ ସର୍ବସମ୍ମୁଖରେ ବିଅର ପିଇବା ପାଇଁ ମଧ୍ୟ ମନା ନାହିଁ । ସିଗାରେଟ ଏବଂ ସିଗାର ମଧ୍ୟ ଅନେକ ଲୋକ ବ୍ୟବହାର କରୁଛନ୍ତି । ବାଲିରେ ୱାଇନ ରୋଜ ଫ୍ଲେଭରର ମିଳୁଛି , ଯାହା ସେଠାକାର ଖାସ ଅଟେ ।

spa-village-resort-tembok-bali-41350520-1508832016-ImageGalleryLightboxLarge
ବାଲୀ ବ୍ୟତୀତ ଇଣ୍ଡୋନେସିଆର ଛୋଟ ଛୋଟ ଆଇଲାଣ୍ଡ ମଧ୍ୟ ଖୁବ ସୁନ୍ଦର ଦେଖିବାକୁ । ଶାନ୍ତି ଭରା ସବୁଠାରୁ ଖାସ ଆଇଲାଣ୍ଡ ହେଉଛି ଗୀଲି ଆଇଲାଣ୍ଡ । ଏଠାରେ ଡଙ୍ଗାରେ ପାର୍ଟି କରିବା ଶାନଦାର ଅଟେ ।
ଏଠାରେ ଅନେକ ହିଲ ଷ୍ଟେସନ ଏବଂ ମନ୍ଦିର ମଧ୍ୟ ରହିଛି । ଇଣ୍ଡୋନେସିଆର ସବୁଠାରୁ ସୁନ୍ଦର ହିଲ ଷ୍ଟେସନ ଉବୁଦ ଅଟେ । ବାଲି ଠାରୁ ଏହା ୩୫କିମି ଦୂରରେ ଅବସ୍ଥିତ ଏହି ହିଲ ଷ୍ଟେସନ । କେବଳ ଏତିକି ନୁହେଁ ବାଲୀ କଳା ସଂସ୍କୃତି ମନ୍ଦିରରେ ଭରି ରହିଥାଏ ।

viceroy-bali.jpg

କିଭଳି ପହଂଚିବେ ବାଲୀରେ:
ଦିଲ୍ଲୀ ଠାରୁ ବାଲୀର ବିମାନରେ ଦୂରତା ୬,୮୦୦କିମି ଅଟେ । ବିମାନ ଯୋଗେ ବାଲୀରେ ପହଂଚିବା ପାଇଁ ହାରାହାରି ସାଢେ ୮ଘଂଟା ସମୟ ଲାଗିଥାଏ । ବାଲୀ ପାଇଁ କୌଣସି ଡାଇରେକ୍ଟ ବିମାନ ନାହିଁ । ଏହି କାରଣରୁ ବ୍ୟାଂକକ୍ କିମ୍ବା ସିଙ୍ଗାପୁର କିମ୍ବା କ୍ୱାଲଲମପୁର ବାଟ ହୋଇ ଯିବାକୁ ପଡିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More