Only for Entertainment

ଏହିଭଳି ଦୂର କରନ୍ତୁ ମୁହଁର କଳାଦାଗ ।

48

ମୁହଁରେ ବ୍ରଣ ହୋଇଥିଲେ ତାହା ଛାଡ଼ିବା ପରେ କଳା ଚିହ୍ନ ହୋଇଯାଇଥାଏ। ମୁହଁର କଳାଦାଗ ଦୂର କରିବା ପାଇଁ ମହିଳାମାନେ ଅନେକ ପ୍ରକାର ପ୍ରସାଧନ ସାମଗ୍ରୀର ବ୍ୟବହାର କରିଥାଆନ୍ତି। ମାତ୍ର ବେଳେବେଳେ ଏହା ଆପଣଙ୍କ ସମସ୍ୟାକୁ କମାଇବା ପରିବର୍ତ୍ତେ ଓଲଟି ବଢ଼ାଇ ଦେଇଥାଏ। ତେଣୁ ଏକ୍ଷେତ୍ରରେ ଆପଣଙ୍କ ପାଇଁ କିଛି ଘରୋଇ ବା ପ୍ରାକୃତିକ ଉପଚାର ଫଳପ୍ରଦ ହୋଇଥାଏ। ଏହି ପ୍ରାକୃତିକ ଉପାୟକୁ ଆପଣାଇ ଆପଣ କଳାଦାଗ ସମସ୍ୟାକୁ ସବୁଦିନ ପାଇଁ ଦୂରେଇ ପାରିବେ। ମାତ୍ର ୧୫ ଦିନ ମଧ୍ୟରେ ହିଁ ଆପଣ ଫରକ ନିଜେ ଅନୁଭବ କରିପାରିବେ। ତେବେ ଆସନ୍ତୁ ଜାଣିବା କଳାଦାଗ ଦୂରେଇବାର ଘରୋଇ ଉପଚାର ବିଷୟରେ-

 

ତୁଳସୀ ପତ୍ର ରସରେ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ। ସେଥିରେ ଏକ ଚାମଚ ବେସନ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ପ୍ରତିଦିନ ସକାଳେ ଓ ରାତିରେ ଚେହେରାରେ ବା ଯେଉଁଠି କଳା ଦାଗ ହୋଇଛି ସେହି ସ୍ଥାନରେ ଲଗାନ୍ତୁ। ଲଗାଇବା ପରେ ଏହାକୁ ଅଧଘଣ୍ଟାରୁ ୪୫ ମିନିଟ୍ ରଖନ୍ତୁ। ତା’ପରେ ଚେହେରା ଧୋଇବା ପାଇଁ କୌଣସି ସାବୁନ୍ କିମ୍ବା ଫେସୱାସ୍ ବ୍ୟବହାର କରନ୍ତୁ ନାହିଁ। ଖାଲି ପାଣିରେ ହିଁ ମୁହଁକୁ ଧୁଅନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More