Only for Entertainment

ଖୁବ ଶୀଘ୍ର ଫିଲ୍ମ ପରଦାରେ ନଜର ଆସିବେ ପୁପିନ୍ଦର ।

0 55

ଖୁବ୍‌ ଶୀଘ୍ର ପୁଣି ନାୟକ ଭୂମିକାରେ ଦେଖା ଦେବେ ପୁପିନ୍ଦର । ହଁ ସେ ‘ଆଖି ବୁଜି ଦେଲେ ତୁ’ ଏଥିରେ ଦୀପିକା ଏବଂ ଜ୍ୟୋତିର୍ମୟୀଙ୍କ ସହ ରୋମାନସ୍‌ କରୁଥିବାର ଦେଖିବାକୁ ପାଇବେ ଦର୍ଶକ। ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ ପୁପିନ୍ଦର ।ଏହା ଏକ ପ୍ରେମତ୍ରିକୋଣ ଉପରେ ଆଧାରିତ। ଠିକ୍‌ ସେହିପରି ସେ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ‘ଯୋଉଠି ଥିଲେ ବି ତୁ ମୋର’ ରେ ବି ଅଭିନୟ କରିଛନ୍ତି। ହେଲେ ଏଥିରେ ସେ ନାୟକ ଭୂମିକାରେ ନାହାନ୍ତି। ଏହି ସିନେମାରେ ସମ୍ବିତ ଓ ଆର୍ଯ୍ୟନ୍‌ ଦାଶ କୁମାର ମେଲ୍‌ ଲିଡରେ ଅଛନ୍ତି।

ଏହା ଆଗରୁ ପୁପିନ୍ଦର ‘କିଛି ଖଟା କିଛି ମିଠା’, ‘ ଜଗୁ ଅଟୋବାଲା’ , ‘ଶୁଭ ବିବାହ ’, ‘ତୋ’ ବିନା ଭଲ ଲାଗେନା ’ , ‘ରଘୁପତି ରାଘବ ରାଜାରାମ ’ ଏବଂ ‘ ସମୟ ବଡ଼ ବଳବାନ୍‌’ ଭଳି ବେଶ୍‌ କେତୋଟି ଓଡ଼ିଆ ଛବିରେ ନାୟକ ଭୂମିକାରେ ଅଭିନୟ କରିଥିଲେ । ତା’ଛଡା ତାଙ୍କୁ ‘ଲଭ ଡଟ୍‌ କମ୍‌ ’ ଓ ‘ଥୁକୁଲ୍‌’ ଭଳି ସିନେମାରେ ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More