କେରଳ ପୀଡିତଙ୍କ ପାଇଁ ରେଳରେ ପଠାଇପାରିବେ ଜିନିଷ, ବିନା କୌଣସି ଶୁଳ୍କରେ !
ବନ୍ୟା ବିତ୍ପାତ ଭୋଗୁଥିବା କେରଳ ରାଜ୍ୟ ସାହାଯ୍ୟ ପାଇଁ ବିନା ଶୁଳ୍କରେ ରେଳବାଇ ଜିନିଷ ନେବା ପାଇଁ ଘୋଷଣା କରିଛନ୍ତି । ରେଳବାଇ ଏହି ସାହାଯ୍ୟ ପାଇଁ ଯାଉଥିବା କୌଣସି ଜିନିଷର ଶୁଳ୍କ ବ୍ୟକ୍ତି କିମ୍ବା ସଂସ୍ଥାରୁ ନେବ ନାହିଁ, ଯାହା ରେଳ ମାଧ୍ୟମରେ ବନ୍ୟା ପ୍ରପୀଡିତ ମାନଙ୍କୁ ସାହାଯ୍ୟ ପାଇଁ ପଠାଯିବ । ଫିରୋଜପୁର ମଣ୍ଡଳ ରେଳବାଇର ଡିଆରଏମ ବିବେକ କୁମାର ଏଠାରେ କହିଛନ୍ତି ଯେ ପୀଡିତ ମାନଙ୍କ ସାହାଯ୍ୟ ପାଇଁ ଏହା ଏକ ବଡ ନିଷ୍ପତ୍ତି ଅଟେ, ଏଥିପାଇଁ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ପାର୍ସଲ କିମ୍ବା ଜିନିଷ ଟ୍ରେନ ସାହାଯ୍ୟରେ ବନ୍ୟା ଅଂଚଳକୁ ବିନା ଶୁଳ୍କରେ ପଠାଇ ପାରିବେ ।
ସେ କହିଛନ୍ତି ଯେ ଜିନିଷ ପଠାଇ ପୁର୍ବରୁ ଷ୍ଟେସନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଆଗରୁ ସୂଚିତ କରାଇବା ନିହାତି ଆବଶ୍ୟକ, କାରଣ ଜଣାଇବା ଦ୍ୱାରା ପଠାଯାଉଥିବା ଜିନିଷର ବ୍ୟବସ୍ଥା ସୁନିଶ୍ଚିତ ସହଜରେ କରିହେବ ।