Only for Entertainment

ବୁଦ୍ଧିନାଶ କରେ ଅଧିକ ଧୂମ୍ରପାନ ।

Health24
0 59

ଧୂମପାନର କୁପ୍ରଭାବ ଶରୀର ଉପରେ ପଡୁଛି ବୋଲି ଜାଣି ମଧ୍ୟ ଅନେକେ ଏହାକୁ ଅଭ୍ୟାସରେ ପରିଣତ କରିଥାଆନ୍ତି। ପରବର୍ତ୍ତୀ ସମୟରେ ଏହା କବଳରୁ ମୁକୁଳିବା କଷ୍ଟକର ହୋଇଥାଏ। ଯଦି ଜଣେ ବ୍ୟକ୍ତି ଅତ୍ୟଧିକ ଧୂମପାନ କରୁଥାଆନ୍ତି ତେବେ ତାହା ଦ୍ୱାରା ତାଙ୍କର ବୁଦ୍ଧିମତ୍ତା ପ୍ରଭାବିତ ହୋଇଥାଏ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ଏହାବ୍ୟତୀତ ଜଣେ ସାଧାରଣ ମଣିଷ ଏବଂ ଧୂମପାନ କରୁଥିବା ମଣିଷ ଆୟୁଷରେ ଫରକ ରହିଥାଏ। ଧୂମପାନ କରୁଥିଲେ ସେମାନଙ୍କର ଆୟୁଷ ସାଧାରଣ ମଣିଷର ଆୟୁଷଠାରୁ ପାଖାପାଖି ୧୦ବର୍ଷ କମ୍‌ ହୋଇଥାଏ ବୋଲି ମତ ଦେଇଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ। ଅତ୍ୟଧିକ ଧୂମପାନ ଦ୍ୱାରା ଜଣେ ବ୍ୟକ୍ତିର ବୁଦ୍ଧିମତ୍ତା ପ୍ରଭାବିତ ହେବା ସହ ମାନସିକ ସ୍ତରରେ ଧୀରେ ଧୀରେ ଦୁର୍ବଳ ଅନୁଭବ କରିଥାଆନ୍ତି ବୋଲି ଏହି ଗବେଷଣାରୁ ଜଣାପଡିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More