Only for Entertainment

ଏମିତି ଖାଇବା ଅନୁଚିତ ! ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

Shutterstock
0 34

ନିୟମିତ ଆମେ କୋଳି,ଫଳ ଖାଉ ତଥା କ୍ଷୀର କିମ୍ବା ପ୍ରଚୁର ପାଣି ପିଇ ଥାଉ । ଏହା ନିଶ୍ଚତ ଭାବେ ସ୍ୱାସ୍ଥ୍ୟକାରକ ହୋଇଥାଏ । ବେଳେବେଳେ ଏସବୁ ଖାଦ୍ୟ ସହ ମିଶାଇ ଖାଇବାରେ ବେଶୀ ଲାଭ ମିଳିଥାଏ ବୋଲି ଧାରଣା ରହିଛି । କିନ୍ତୁ ଖାଦ୍ୟ ଏହା ସହ ମିଶାଇ ଖାଇବା ଅନୁଚିତ ସେଥିପ୍ରତି ଆମେ ଗୁରୁତ୍ୱ ଦେଉନା । ଏଣୁ ଏକ ଉତ୍ତମ ତଥା ସନ୍ତୁଳିତ ଡାଏଟ ଲାଗି କାହା ସହ କାହାକୁ ଖାଇବେନି ତା ଉପରେ ନଜର ଦେବା ଦରକାର ।

ଛେନା ସହ ଥଣ୍ଡା ପାନୀୟ

ଥଣ୍ଡା ଜାତୀୟ ଜିନିଷ ସାଧାରଣତଃ ପାଟିକୁ ସୁଆଦିଆ ଲାଗିଥାଏ । ମାତ୍ର ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । କାର୍ବୋନେଟେଡ୍ ପାନୀ ଜଳରେ ବେଶୀ ଫ୍ରୁକ୍ଟୋଜ ରହିଛି । ଏହାକୁ ଶରୀର ସହଜରେ ଅବଶୋଷଣ କରିପାରି ନଥାଏ । ଏହା ସହ ଛେନା ଜାତୀୟ ଖାଦ୍ୟରୁ ଅଧିକ ଫ୍ୟାଟ ମିଳେ । ଦୁଇଟି ଯାକ ମିଶାଇ ଖାଇଲେ ତାହା ସହଜରେ ହଜମ ହୁଏନି । ତେଣୁ ଏହା ପେଟ ଜନିତ ସମସ୍ୟା ସୃଷ୍ଟି କରିବା ସହ ମେଦବୃଦ୍ଧି କରିଥାଏ ।

କ୍ଷୀର ସହ କଦଳୀ

ଏହି ଦୁଇଟି ଖାଦ୍ୟ ଏକାଠି ଖାଇବା ଦ୍ୱାରା ପାକସ୍ଥଳୀ ଲାଗି ଭାରି ପଡେ । କଦଳୀ ପାକସ୍ଥଳୀରେ ଖଟା ତତ୍ତ୍ୱ ପ୍ରକାଶ କରେ ଯାହା କ୍ଷୀରକୁ ଦହି କରିଦିଏ । ଏହାଦ୍ୱାରା ହଜମ ହେବା କଷ୍ଟ ହୋଇଯାଏ । ଏଣୁ ଏହାକୁ ମିଶାଇ ଖାଇବା ମନା । ଅନେକ ବି କ୍ଷୀର ହଜମ କରିପାରନ୍ତି । ସେ କ୍ଷେତ୍ରରେ ଏକାଠି ଖାଇଲେ ପରିସ୍ଥିତି ଆହୁରୀ ବିଗିଡିଯାଏ । କ୍ଷୀର ପିଇବାର ଅଧଘଂଟା ପରେ ଖାଇଲେ କିଛି ଅସୁବିଧା ରହେନାହିଁ ।

ମିଲ୍ ପରେ ଫଳ

ଖାଇବାର ଘଂଟାଏ ପୂର୍ବରୁ ଫଳ ଖାଇଲେ ତାହା ଭୋକ ବଢାଏ । କିନ୍ତୁ ଖାଇବାର ଠିକ୍ ପରେ ପରେ ଯଦି ଫଳ ଖିଆଯାଏ ତାହା ପୋଷଣ ତତ୍ତ୍ୱ ଅବଶୋଷଣ କରିବାରେ ବାଧା ସୃଷ୍ଟି କରିଥାଏ । ଏଣୁ ମିଲ୍ ପରେ ଅତି କମରେ ଅଧଘଂଟା ବ୍ୟବଧାନ ରଖି ଫଳ ଖାଆନ୍ତୁ ବୋଲି ନ୍ୟୁଟ୍ରିସନିଷ୍ଟଙ୍କ ମତ । ନିୟମିତ ଜଣେ ଗୋଟିଏ ଫଳ ଖାଇବା ଦରକାର । ରାତିରେ ଯଦି ଭୋକ କରେ ତେବେ ଫାଷ୍ଟଫୁଡ୍ ଜାଗାରେ ଫଳ ଖାଇବା ଖୁବ୍ ଭଲ୍ । ଏଣୁ ଫଳ ଖାଇବା ଉପରେ ଗୁରୁତ୍ୱ ଦେଉଥିବା ବ୍ୟକ୍ତି ଏହି ନିୟମ ଉପରେ ଧ୍ୟାନ ଦେବା ଆବଶ୍ୟକ ।

ଖାଇବାବେଳେ ପାଣି

ସାଧାରଣତଃ ଅଧିକାଂଶ ଲୋକ ଖାଇବା ସମୟରେ ପାଣି ପିଇବାକୁ ପସନ୍ଦ କରିଥାନ୍ତି । ଆଉ ମଧ୍ୟ କିଛି ଲୋକ ଖାଇ ସାରିବା ପରେ ପାଣି ପିଇବାକୁ ପସନ୍ଦ କରିଥାନ୍ତି । ଏଭଳି ଅଭ୍ୟାସ ରଖିବା ଆଦୌ ଭଲ ନୁହେଁ ବୋଲି ବିଶେଷଜ୍ଞମାନେ କହିଥାନ୍ତି । ଏହାଦ୍ୱାରା ଆରାମ ଲାଗି ନଥାଏ ଆଉ ହଜମ ମଧ୍ୟ ହୋଇ ନଥାଏ । ଖାଇବାର ପାଖାପାଖି ୩୦ ମିନିଟ ପୂର୍ବରୁ ଓ ପରେ ପାଣି ପିଅନ୍ତୁ । ଏହା ଶରୀରକୁ ପୋଷକ ତତ୍ତ୍ୱ ଗ୍ରହଣ କରିବାରେ ଅଧିକ ସହାୟକ ହୋଇଥାଏ ।

ଖାଇବା ପରେ ଚା

ଚାରେ ଥିବା ଟାନିକ୍ ଖାଦ୍ୟରୁ ପୋଷକ ତତ୍ତ୍ୱ ଗ୍ରହଣ କରିବାରେ ବାଧା ସୃଷ୍ଟି କରିଥାଏ । ଖାଇବା ପରେ ପରେ ପିଇଲେ ଟାନିକ୍ ଏସିଡ୍ ଖାଦ୍ୟରେ ରହିଥିବା ଲୌହ ଓ ପ୍ରୋଟିନକୁ ସହଜରେ ହଜମ ହେବାକୁ ଦେଇ ନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More