Only for Entertainment

କର୍ମଜୀବୀ ବ୍ୟକ୍ତିଙ୍କ ପାଇଁ ଟିପ୍ସ, ଜାଣନ୍ତୁ କାର୍ଯ୍ୟାଳୟକୁ କ’ଣ ନେବେ ଟିଫିନ ।

Apnaclt
0 63

କର୍ମଜୀବୀ ବ୍ୟକ୍ତି ସବୁବେଳେ ନିଜ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିଥାନ୍ତି । ଏକ ସର୍ଭେରୁ ଜଣାପଡିଛି ପ୍ରାୟ ୫୫ ପ୍ରତିଶତ କର୍ମଜୀବୀ ଲୋକେ (ଉଭୟ ମହିଳା ଏବଂ ପୁରୁଷ) ନିମୟମିତ ଭାବେ ନିଜ ଖାଦ୍ୟପାନୀୟକୁ ଦୃଷ୍ଟି ଦେଇପାରନ୍ତି ନାହିଁ । ଯେଉଁ କାରଣରୁ ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ତେଣୁ ସେମାନେ ଘରୁ ହିଁ ଟିଫିନ ପ୍ରସ୍ତୁତ କରି ନେବା ସର୍ବୋତ୍ତମ ବୋଲି ଖାଦ୍ୟ ବିଶେଷଜ୍ଞ ଅଞ୍ଜଳି ପୋଦାର କହିଛନ୍ତି । ଅଞ୍ଜଳିଙ୍କ ମତରେ, ସଂଖ୍ୟାଧିକ ରେଗୀ ପେଟ ସମସ୍ୟା ପାଇଁ ଚିକିତ୍ସାଳୟ ଆସନ୍ତି । ଖାଦ୍ୟକୁ ଅଣଦେଖା କରିବା ଏହାର ମୁଖ୍ୟ କାରଣ । ତେବେ ଆସନ୍ତୁ ଜାଣିବା କାର୍ଯ୍ୟାଳୟକୁ କ’ଣ ଟିଫିନ ନେବା ଉଚିତ ।

  • ଦ୍ୱିପହରରେ ଅଳ୍ପ ପ୍ରୋଟିନ ଯୁକ୍ତ ଆହାର ନିୟମିତ ଭୋଜନରେ ସାମିଲ କରନ୍ତୁ । ଯେପରି ଡାଲି, ଛେନା, ଚଣା, ଗଜା ମୁଗ ଇତ୍ୟାଦି ।
  • ଟିଫିନରେ ଭାତ ପରିବର୍ତ୍ତେ ରୁଟି ନେବା ଉଚିତ । କାରଣ ଭାତ ଖାଇଲେ ନିଦ ଲାଗିବା ସ୍ୱଭାବିକ । ଏହି କାରଣରୁ ଗୁଜୁରାଟର ଏକ ଘରୋଇ କମ୍ପାନୀ ନିଜ କର୍ମଚାରୀଙ୍କୁ ଦ୍ୱିପହର ଭୋଜନରେ ଭାତ ନ ଖାଇବା ପାଇଁ କଡା ନିୟମ କରିଛନ୍ତି ।
  • ରୁଟି, ଦହି, ସାଲାଡ ଏସବୁ ନିୟମିତ ଭାବେ ଟିଫିନରେ ନିଅନ୍ତୁ । ଧ୍ୟାନ ଦିଅନ୍ତୁ ଯେ ଟିଫିନକୁ ମାଇକ୍ରୋୱେଭରେ ଗରମ କରି ଖାଆନ୍ତୁ । ଯଦି ଏହାର ସୁବିଧା ନାହିଁ ତେବେ ବଜାରରେ ମିଳୁଥିବା ଇଲେକ୍ଟ୍ରିକ ଲଂଚ ବକ୍ସର ବ୍ୟବହାର କରନ୍ତୁ ।
  • ଚା’, କଫି ପାନୀୟ ଉତ୍ୟାଦି ଖରାବେଳେ ନ ପିଇବା ଉଚିତ । ଏବା ପେଟ ଗରମ କରିବା ସହ ଶରୀର ଜଳାପୋଡା କରିଥାଏ । ଏସବୁ ବାଦ ଭୋଜନ ପରେ ଏକ ଗ୍ଲାସ କରମ ପାଣି ପିଇବା ମହୌଷଧୀ ଅଟେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More