Only for Entertainment

ଚର୍ମ କର୍କଟର ଲକ୍ଷଣ ଏବଂ ପ୍ରତିରୋଧ

health magazine
0 45

ରୋଗ ବ୍ୟାଧି ଜୀବନର ଅନ୍ୟ ଏକ ବନ୍ଧୁ । ଯାହା କେବେ ମଧ୍ୟ ପିଛା ଛାଡ଼େନି । ତାହା ଛୋଟ ହେଉ କିମ୍ବା ବଡ଼ । ଏହା ପ୍ରତ୍ୟେକଙ୍କୁ କେବେ ନା କେବେ ହୋଇଥାଏ । ତେବେ ଆଜିକାଲି ପୂର୍ବରୁ ସେ ସବୁର ପ୍ରତିରୋଧ କରାଯାଉଛି । ତେବେ ଆସନ୍ତୁ ଜାଣିବା ସେହିଭଳି ଏକ ବ୍ୟାଧି ଚର୍ମ କର୍କଟ ବିଷୟରେ । ଯାହାର ସଙ୍କେତ ବିଷୟରେ ପୂର୍ବରୁ ଅନୁଧ୍ୟାନ କରାଯାଇପାରିବ ।
ଅଧିକ ସମୟ ଖରାରେ ରହିବା ଦ୍ୱାରା ଏଭଳି ସମସ୍ୟା ହୋଇତାଏ ବୋଲି କୁହାଯାଏ । କେବଳ ଏତିକି ନୁହେଁ ଏହା ହେବାର ଅନ୍ୟ କେତେକ କାରଣ ମଧ୍ୟ ରହିଛି ଯାହାକୁ ଜାଣିବା ନିହାତି ଆବଶ୍ୟକ ।
ଚର୍ମ କର୍କଟକୁ ୩ ଭାଗରେ ବିଭକ୍ତ କରାଯାଇଛି । ଯଥା-ବେସଲ ସେଲ କାର୍ସିନୋମା,ସ୍କେ୍ୱମ୍ସ ସେଲ କାର୍ସିନୋମା ଏବଂ ମିଲୋନୋମା
କାର୍ସିନୋମା-ଯେଉଁ ଅଂଶରେ ଅଧିକ ସୂର୍ଯ୍ୟକିରଣ ପଡ଼ିଥାଏ,ସେହି ସ୍ଥାନରେ ଏହି ପ୍ରକାରର କର୍କଟ ରୋଗ ହୋଇଥାଏ ।
ସ୍କେ୍ୱମ୍ସ ସେଲ କାର୍ସିନୋମା-ଏହା ଚର୍ମର ଉପର ଭାଗର କୋଷରେ ହୋଇଥାଏ, ଠିକ ସମୟରେ ଏହାର ଚିକିତ୍ସା କରା ନଗଲେ ଏହା ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।
ମିଲୋନୋମା-ଏହା ସବୁଠାରୁ ଖତରନାକ ଚର୍ମ କର୍କଟ । ଏହା ଚର୍ମକୁ ରଙ୍ଗ ଦେଉଥିବା କୋଷ ଉପରେ ପ୍ରଭାବ ପକାଇଥାଏ ।ଏହା ହେବା ଦ୍ୱାରା ଚର୍ମ ଖୁବ ଅପରିଷ୍କାର ଦେଖାଯାଏ । ତେଣୁ ଏହାର ଚିକିତ୍ସା ଠିକ ଭାବରେ କରିବା ଆବଶ୍ୟକ ।
ଲକ୍ଷଣ-
ଗୋରା ତ୍ୱଚା,ସ୍କିନ ବର୍ଣ୍ଣ, ଅଧିକ ସମୟ ଖରାରେ ରହିବା,କମଜୋର ପ୍ରତିରକ୍ଷା ପ୍ରଣାଳୀ,ପୂର୍ବରୁ ପରିବାରରେ କାହାକୁ ଏହି ରୋଗ ହୋଇଥିବା ।
ଏଥିରୁ ବଂଚିବାର ଘରୋଇ ଉପଚାର-
ହଳଦୀ-କର୍କଟ ହୋଇଥିବା ସ୍ଥାନରେ ଦଳଦୀ ଲଗାନ୍ତୁ ଏବଂ ଏହା ସହିତ ଏହାକୁ ଖାଆନ୍ତୁ ମଧ୍ୟ । ଏଥିରୁ ଥିବା କ୍ୟୁମିନ ଏହି ରୋଗରୁ ମୁକ୍ତି ଦେଇଥାଏ ।
ଭିଟାମିନ ଡି-ଶୀତଦିନରେ ୧୧ଟା ପରେ ଖରାରେ ରୁହନ୍ତୁ ନାହିଁ । ସକାଳର ଖରା ଲାଭଦାୟକ ହୋଇଥାଏ କିନ୍ତୁ ଏହା ପରେ ନୁହେଁ ।
ବାଇଗଣ-ଏହା କର୍କଟରୁ ରକ୍ଷା କରିଥାଏ । ଏହା ବ୍ୟତୀତ ଆଳୁ,ଟମାଟୋ,ସିମଲା ଲଙ୍କାରେ ମଧ୍ୟ ଏହି ରୋଗ ପ୍ରତିରୋଧକ ଶକ୍ତି ରହିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More