Only for Entertainment

ପ୍ରତିଦିନ ଚା ପିଉଥିବା ଲୋକଙ୍କ ବ୍ରେନ ଅନ୍ୟ ମାନଙ୍କ ବ୍ୟତୀତ ବିଚକ୍ଷଣ ହୋଇଥାଏ

13

ସାରା ବିଶ୍ୱରେ ଚା ଏକ ଲୋକପ୍ରିୟ ପାନୀୟ । ପ୍ରତ୍ୟେକ ସ୍ଥାନରେ ବିଭିନ୍ନ କିସମର ଚା ପିଇବାକୁ ମିଳେ । କିନ୍ତୁ ଚା’କୁ ନେଇ ନାନା ମୁନିଙ୍କର ନାନା ମତ । କିଏ କହେ ଚା ନପିଇଲେ ଦିନର ଆରମ୍ଭ ହୋଇପାରେ ନାହିଁ ତ କିଏ କହେ ମୋ ମୁଣ୍ଡ ବିନ୍ଧୁଛି, ଆଉ କିଏ କହେ ଚା ପିଇଲେ ତ୍ୱଚା କଳା ପଡ଼ି ଯାଉଛି । ଏହିଭଳି ନିଆରା କଥା ସବୁ ଶୁଣିବାକୁ ମିଳେ । କିନ୍ତୁ ଏହାକୁ ନେଇ ହୋଇଥିବା ରିସର୍ଚରେ ଯାହା ତଥ୍ୟ ଆସିଛି ହୁଏତ ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆଜ୍ଞା ହଁ କ’ଣ କହେ ଷ୍ଟଡି ଆସନ୍ତୁ ଆଲୋଚନା କରିବା ।

ଷ୍ଟଡିରେ ଉଲ୍ଲେଖ ହୋଇଛିଯେ ପ୍ରତିଦିନ ଚା ପିଉଥିବା ବ୍ୟକ୍ତିଙ୍କ ମସ୍ତିଷ୍କ ଚା ପିଉନଥିବା ବ୍ୟକ୍ତିଙ୍କ ମସ୍ତିଷ୍କ ଅପେକ୍ଷା ବିଚକ୍ଷଣ ହୋଇଥାଏ । ତେବେ ଷ୍ଟଡି ସଙ୍କେତ ଦେଉଛିଯେ ଚା ପିଇବା ଦ୍ୱାରା ମସ୍ତିଷ୍କ ଅଧିକ କାର୍ଯ୍ୟ କରିଥାଏ । ତେବେ କହିରଖୁଛୁ ଷ୍ଟଡିରେ ୬୦ ବର୍ଷ ଏବଂ ତାହା ଠାରୁ ଉଦ୍ଧ୍ୱର୍ ବୟସ୍କଙ୍କୁ ସାମିଲ କରାଯାଇଥିଲା । ସେଥିରେ ସେମାନଙ୍କ ଶାରୀରିକ ଏବଂ ମାନସିକ କ୍ଷମତା ଉଭୟକୁ ଅନ୍ତର୍ଭୁକ୍ତ କରାଯାଇ ଗବେଷଣା କରାଯିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More