Only for Entertainment

ବିବାହ ପୂର୍ବରୁ ଝିଅକୁ କିଛିକଥା ଲୁଚାଇଥାନ୍ତି ବାପା-ମାଆ, ଜାଣନ୍ତୁ କାହିଁକି ?

bollywoodshaadis
0 391

ପ୍ରତ୍ୟେକ ପିତା ମାତା ଚାହାଁନ୍ତି ତାଙ୍କ ଝିଅ ପାଇଁ ସଠିକ ଜୀବନସାଥୀ ଖୋଜିବା ପାଇଁ । ଯେମିତି ତାଙ୍କ ଝିଅ ସବୁବେଳେ ଖୁସିରେ ରହିବ । କେବେ ନା କେବେ ଆମେ ପିତା ମାତାଙ୍କୁ କହିବାର ଶୁଣିଥିବା ଯେ ଏହି ସମୟ ବିବାହ ପାଇଁ ସଠିକ ସମୟ ଏବଂ ବିବାହ ଆମ ଜୀବନର ଏକ ବିଶେଷ ଅଂଶ ଓ ଏମିତି ଅନେକ କିଛି । ଏଥିରେ ସଂହେହ ନାହିଁ ଯେ ପିତା ମାତା ଆମର ଶୁଭଚିନ୍ତକ ହେବା ସହିତ ଆମର ମଙ୍ଗଳ ଚାହାଁନ୍ତି । ସେମାନେ ଆମକୁ ବିବାହ ଓ ରିଲେସନସିପର ସକରାତ୍ମକ ଦିଗ ବିଷୟରେ ଅବଗତ କରାଇବା ସହିତ ଅନେକ କିଛି ଜିନିଷ ନିଜେ ଶିଖିବା ପାଇଁ ଛାଡି ଦିଅନ୍ତି । ତେବେ ଆସନ୍ତୁ ଜାଣିବା ଏମିତି କିଛି କଥା ଯାହା ବାପା-ମାଆ ବିବାହ ସମୟରେ ନିଜ ଝିଅକୁ କହିନଥାନ୍ତି ।

  • ଆତ୍ମସମ୍ମାନ ସହିତ ବୁଝାମଣା କରନ୍ତୁ ନାହିଁ
    ସଫଳ ବିବାହ ପାଇଁ ଦୁଇ ଜଣ ଲଗାତାର ପ୍ରୟାସ କରିବା ସହିତ ଉତ୍ସର୍ଗ ମନୋଭାବ ଓ ପ୍ରତିଶ୍ରୁତି ପାଳନ କରିବା ସହିତ ଅନେକ କିଛି କରିବା ପାଇଁ ପଡିଥାଏ । ସଫଳ ବିବାହ ପାଇଁ ନିଶ୍ଚିତ ଭାବେ ବୁଝାମଣା କରିବାକୁ ପଡିଥାଏ । କିନ୍ତୁ କୌଣସି ଝିଅଙ୍କୁ ଯେକୌଣସି ପରିସ୍ଥିତିରେ ନିଜ ଆତ୍ମସମ୍ମାନ ସହିତ ବୁଝାମଣା କରିବା ଉଚିତ ନୁହେଁ ।
  • ନିଜ ଉପରେ ଭରସା ରଖିବା ଆବଶ୍ୟକ
    ଅଧିକଂଶ ଝିଅ ରାଜ କୁମାରକୁ ବିବାହ କରିବା ପାଇଁ ସ୍ୱପ୍ନ ଦେଖି ବଡ ହୋଇଥାନ୍ତି । କିନ୍ତୁ ଏମିତି ସମୟ ବି ଆସେ ଯେତେବେଳେ ଦୁଇ ଜଣଙ୍କ ଭିତରେ ଭଲ ପାଇବା ନଥାଏ । ଏହି କଥା ବାପା-ମାଆ ଝିଅକୁ କେବେ କହିନଥାନ୍ତି । ଏହାର ଅର୍ଥ ନୁହେଁ ଯେ ପ୍ରତ୍ୟେକ ବିବାହରେ ଆଗକୁ ଅସୁବିଧା ଆସିଥାଏ କିନ୍ତୁ ଏଥିପ୍ରତି ସତର୍କ ସହିବା ଦରକାର ।
  • ବ୍ୟକ୍ତିଗତ ଏବଂ ପେଶାଗତ ଜୀବନରେ ସନ୍ତୁଳନ ରଖନ୍ତୁ
    ବିବାହ ସହିତ ପରିବାରର ସମସ୍ତ ଦାୟିତ୍ୱ ପାଇଁ ବାପାମାଆ ନିଜ ଝିଅକୁ ପ୍ରସ୍ତୁତ କରାଇପାରିବେ ନାହିଁ । ଯଦି ଗୋଟିଏ ଝିଅ କାର୍ୟ୍ୟଗ୍ରସ୍ତ ମହିଳା ତେବେ ସେ ବ୍ୟକ୍ତିଗତ ଓ ପେଶାଗତ ଜୀବନରେ ସନ୍ତୁଳନ କିପରି ରଖିବେ ଶିଖିବା ଆବଶ୍ୟକ ।
  • ନିଜ ଜୀବନ ବିଷୟରେ ନିଜେ ନିର୍ଣ୍ଣୟ ନିଅନ୍ତୁ
    ପ୍ରତ୍ୟେକ ବାପା-ମାଆ ନିଜ ଝିଅ ପାଇଁ ଭଲ ବ୍ୟବାହିକ ଜୀବନ ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ସେଥିପାଇଁ ସେ ଛାଡପତ୍ର ବିଷୟରେ ଗୋଟିଏ ବି ଶବ୍ଦ କହିବେ ନାହିଁ । ଆଜି ମଧ୍ୟ ଭାରତୀୟ ପରିବାରରେ ଛାଡପତ୍ରକୁ ଅପମାନ ଭାବେ ଦେଖାଯାଇଥାଏ । ଯଦି ଆପଣ ଅନେକ ପ୍ରୟାସ କରିବା ପରେ ମଧ୍ୟ ବ୍ୟବାହିକ ଜୀବନରେ ବିଶୃଙ୍ଖଳା ଦେଖାଯାଉଥାଏ ତେବେ ଆପଣ ଚାହିଁଲେ ଛାଡପତ୍ର ନେଇପାରିବେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More