Only for Entertainment

କିଭଳି କରିବେ ଆପଣଙ୍କ ବୈବାହିକ ସଂପର୍କକୁ ସୁଦୃଢ ? ଆପଣାନ୍ତୁ ଏହି ଟିପ୍ସ

india
0 35

ସଂପର୍କରେ ବେଳେବେଳେ ଏମିତି ଅନୁଭବ ଆସେ ଯେମିତି ଭଲପାଇବା ଚିନ୍ତାଧାରା ଟିକେ ଫିକା ହୋଇଯାଇଥାଏ । କିନ୍ତୁ ଏକଥାକୁ ଆଦୌ କେବେ ଅଣଦେଖା କରିବା ଉଚିତ୍ ନୁହେଁ । ଭଲପାଇବା ସବୁବେଳେ ସତେଜ ରହିବା ଦରକାର । ତେଣୁ ଯଦି ଆପଣ ଆପଣଙ୍କ ସାଥୀଠାରୁ ଅବହେଳିତ ହେଲା ପରି ଅନୁଭବ କରୁଛନ୍ତି ତେବେ କେତେଗୁଡିଏ ଦିଗ ପ୍ରତି ନଜର ଦେଲେ ସଂପର୍କରେ ମଜଭୁତ ହୋଇଥାଏ ।

  • ଯଦି ଉଭୟ କର୍ମଜୀବୀ ତେବେ ପରସ୍ପର ପରସ୍ପରକୁ ଖୁବ୍ କମ ସମୟ ଦେଉଥିବେ । ତେବେ ଯେତେବେଳେ ବି ସାଥୀଙ୍କୁ ଭେଟୁଛନ୍ତି କିମ୍ବା ସାଥୀଙ୍କୁ ଛାଡି ଦୂରକୁ ଯାଉଛନ୍ତି । ତେବେ ତାଙ୍କ ସହ କିଛି ସମୟ ଭଲରେ କଥା ହୁଅନ୍ତୁ । ତାଙ୍କୁ ଆଲିଙ୍ଗନ କରନ୍ତୁ । କାରଣ ଏହା ପ୍ରତ୍ୟେକ ପୁରୁଷ ଓ ମହିଳାଙ୍କ ପାଇଁ ଏକ ଭଲପାଇବାର ଲକ୍ଷଣ ହୋଇଥାଏ । ତେବେ ଏହାକୁ ନିଜର ନିତିଦିନିଆ ଅଭ୍ୟାସ କଲେ ଏହା ଆପଣଙ୍କ ସଂପର୍କକୁ ଅଧିକ ଦୃଢିଭୁତ କରିଥାଏ ।
  • ସବୁଦିନ ସକାଳୁ ଘର ଛାଡିବା ପୂର୍ବରୁ ଉଭୟ ସଂନ୍ଧ୍ୟାର ପ୍ଲାନିଂ ବିଷୟରେ ଆଲୋଚନା କରନ୍ତୁ । ସାଥୀଙ୍କୁ କାମ ମଝିରେ ମଝିରେ ଫୋନ କରି ପାରିବେ, ମେସେଜ ମଧ୍ୟ କରିପାରିବେ । ଏହାଦ୍ୱାରା ଉଭୟଙ୍କ ମଧ୍ୟରେ ନିବିଡତା ବଢିବ ।
  • ଉଭୟ ଉଭୟଙ୍କ ମଧ୍ୟରେ ୫ ମିନିଟ କିମ୍ବା ୧୦ ମିନିଟ୍ ବାର୍ତ୍ତାଳାପ ଦରକାର । ଏହା ସକାଳେ ହେଉ କିମ୍ବା ସଂନ୍ଧ୍ୟାରେ ହେଉ । କାରଣ ସଂପର୍କରେ ସବୁବେଳେ ସଠିକ୍ ଯୋଗାଯୋଗର ଆବଶ୍ୟକତା ରହିଛି । ସଠିକ୍ ବାର୍ତ୍ତାଳାପ ନରହିଲେ ସଂପର୍କ ବିଗିଡି ଯିବାର ସମ୍ଭାବନା ରହିଥାଏ ।
  • ସବୁ କାମ ଥିଲେ ମଧ୍ୟ ସାଥୀଙ୍କୁ କିଛି ସମୟ ଫ୍ରି ଛାଡି ଦିଅନ୍ତୁ । ଏହାଦ୍ୱାରା ସେ ଆପଣଙ୍କୁ ଅଧିକ ଭଲରେ ଜାଣିପାରିବେ ।
  • ସାଥୀଙ୍କୁ କ୍ୟାରିୟରରେ ଆଗକୁ ବଢିବା ପାଇଁ ଆପଣ ତାଙ୍କୁ ଉତ୍ସାହିତ କରନ୍ତୁ । ସଂପର୍କକୁ ଅଧିକ ମଜଭୁତ କରିବା ପାଇଁ ଆପଣ ସାଥୀଙ୍କୁ ଏଭଳି ଉତ୍ସାହିତ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏହାଦ୍ୱାରା ଆପଣଙ୍କ ପ୍ରତି ତାଙ୍କ ଭଲ ପାଇବା ବଢିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More