Only for Entertainment

‘ଟ୍ୟୁବୱେଲ ଚାଚୀ’ ଗ୍ରୁପଙ୍କ କମାଲ, ଗାଁ ଗାଁ ବୁଲି ସଜାଡୁଛନ୍ତି ଟ୍ୟୁବୱେଲ

ANI
0 34

ଗରମ କାରଣରୁ ବହୁ ଗାଁରେ ଟ୍ୟୁବୱେଲ ଏବ ହ୍ୟାଣ୍ଡପମ୍ପ ଶୁଖିପଡି ରହୁଛି । ଫଳରେ ବହୁ ଲୋକ ପାଣି ପାଇଁ ବିକଳ ହେଉଛନ୍ତି । ଏହି ଅସୁବିଧାକୁ ଦୂର କରିବା ପାଇଁ ଏବେ ‘ଟ୍ୟୁବୱେଲ ଚାଚୀ’ ଗ୍ରୁପ ବୁନ୍ଦେଲଖଣ୍ଡରେ କମାଲ କରୁଛନ୍ତି । ଭୋପାଳସ୍ଥିତ ବୁନ୍ଦେଲଖଣ୍ଡ ଛତରପୁରର ଘୁୱାରା ତଦହସିଲ ଢିରିଆଝୋରର ଆଦିବାସୀ ଗ୍ରାମର ୧୫ ଜଣ ମହିଳାଙ୍କ ଦ୍ୱାରା ଟ୍ୟୁବୱେଲ ଚାଚୀ ଗ୍ରୁପ ଗଠନ ହୋଇଛି ।

image

ଏହି ଗ୍ରୁପ ହାତୁଡି ଏବଂ ରେଞ୍ଚି ସହ ଗାଁ ଗାଁ ବୁଲି ଟ୍ୟୁବୱେଲ ଏବଂ ହ୍ୟାଣ୍ଡପମ୍ପ ସଜାଡୁଛନ୍ତି । ସଜଡିବା ପାଇଁ ସେମାନେ କିଛି ପାରିଶ୍ରମିକ ନେଉ ନାହାଁନ୍ତି । ବେଳେବେଳେ ଟ୍ୟୁବୱେଲ ଏବଂ ହ୍ୟାଣ୍ଡପମ୍ପ ସଜାଡିବା ପାଇଁ ଏହି ଗ୍ରୁପର ମହିଳା ମାନଙ୍କୁ ୫୦ କିଲୋମିଟର ଯିବା ପାଇଁ ଫୋନ କଲ ଆସିଥାଏ ।

ଖରା ଗରମକୁ ଖାତିର ନକରି ମହିଳାମାନେ ହାତରେ ରେଞ୍ଚି ଏବଂ ହାତୁଡି ଧରି ବାହାରିଯାଆନ୍ତି । ଏପର୍ଯ୍ୟନ୍ତ ଏହି ଗ୍ରୁପ ୧୦୦ରୁ ଅଧିକ ଟ୍ୟୁବୱେଲ ସଜାଡି ସାରିଲେଣି । ଏହି ଗ୍ରୁପର ପ୍ରଶଂସା ଏବେ ସାରା ବୁନ୍ଦେଲଖଣ୍ଡ କରିବା ସହିତ ଜିଲ୍ମା କଲେକ୍ଟର ରମେଶ ଭଣ୍ଡାରି କହିଛନ୍ତି, ଏହି ଗ୍ରୁପକୁ ଅଧିକ ଶକ୍ତିଶାଳୀ କରାଇବା ପାଇଁ ମହିଳାମାନଙ୍କୁ ଉପଯୁକ୍ତ କୌଶଳ ଏବଂ ତାଲିମ ଶିକ୍ଷା ଦିଆଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More