Only for Entertainment

ଅଜବ ସହର ! ପ୍ରଥମେ କନ୍ୟାର ହୋଇଥାଏ ନିଲାମୀ ପରେ ହୋଇଥାଏ ବିବାହ ।

youtube
0 46

ଭାରତର ବିକଶିତ ସମାଜରେ ଆଜି ମଧ୍ୟ କିଛି ନିଆରା ପରମ୍ପରା ଜୀବିତ ଅଛି । ଦେଶରେ ସମସ୍ତ ସ୍ଥାନରେ ମହିଳାଙ୍କ ଅଧିକାର ଏବଂ ସମ୍ମାନ ପାଇଁ ସଂଘର୍ଷ ଚାଲୁଥିବା ବେଳେ ଲକ୍ଷ୍ମୌର କିଛି ଗ୍ରାମରେ ହୋଇଥାଏ ବିବାହିତ କନ୍ୟା ମାନଙ୍କର ନିଲାମୀ । ଯୋନପୁରର ଦୁଇ ବିକଶିତ ଖଣ୍ଡର ଅନେକ ଗ୍ରାମରେ ମଙ୍ଗନା ଜାତିର ଅନେକ ପରିବାର ଅଛନ୍ତି । ଏହି ଜାତିରେ ମହିଳାମାନଙ୍କର ବିବାହ ବୟସ ହୋଇଗଲେ ସାର୍ବଜନୀନ ସ୍ଥାନରେ ସେମାନଙ୍କର ନିଲାମୀ ହୋଇଥାଏ।

ମହିଳାମାନଙ୍କର ନିଲାମୀ ସମୟରେ କେବଳ ସେହି ଜାତି ଏବଂ ଗ୍ରାମର ଲୋକ ଉପସ୍ଥିତ ରହିପାରିବେ। ନିଲାମୀରେ ଯିଏ ସବୁଠାରୁ ଅଧିକ ଟଙ୍କାର ନିଲାମ ଡ଼ାକି ଥାଏ ତାଙ୍କ ସହ ସଂପୃକ୍ତା ମହିଳାଙ୍କର ବିବାହ କରାଯାଇଥାଏ। ବିବାହଟି ସଂପୂର୍ଣ୍ଣ ରୀତିନୀତିର ସହ ହୋଇଥାଏ । ଏହି ଜାତିର ଲୋକ ନିଜକୁ ଶିକ୍ଷାଠାରୁ ଦୂରେଇ ରଖିଥାନ୍ତି । ଏହି ଜାତିର ପ୍ରାୟ ୮୫ ପ୍ରତିଶତ ଲୋକ କୁଡ଼ିଆରେ ରହିଥାନ୍ତି । ଏହି ଜନଜାତିରେ ମହିଳାମାନଙ୍କୁ ବହୁତ ଉଚ୍ଚ ସ୍ଥାନରେ ରଖାଯାଇଥାଏ। ଏଥିରେ ପରିବାର ଲୋକଙ୍କୁ ଝିଅର ବିବାହର କୌଣସି ଚିନ୍ତା ନଥାଏ । କୌଣସି ମହିଳାଙ୍କର ବିବାହ ବୟସ ହେବା ମାତ୍ରେ ତାଙ୍କୁ ବିବାହ ପାଇଁ ପୁରୁଷମାନଙ୍କର ଲାଇନ ଲାଗିଯାଇଥାଏ । ପରେ ନିଲାମୀ ହୋଇଥାଏ ଯେଉଁଠାରେ ସବୁଠାରୁ ଅଧିକ ଟଙ୍କା ଦେଇଥିବା ପୁରୁଷ ମହିଳାଙ୍କ ସହ ବିବାହ କରିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More