୨୪ଆଙ୍ଗୁଠି ଥିବା ବାଳକ ଉପରେ ବିପଦ, ବଳିଦାନ କଲେ ହେବ ଧନୀ ବୋଲି କହିଲା ତାନ୍ତ୍ରିକ !
ଉତ୍ତରପ୍ରଦେଶର ବାରାବଙ୍କି ରେ ଏକ ବାଳକ ହାତ ଏବଂ ଗୋଡରେ ରହିଛି ୨୪ଟି ଆଙ୍ଗୁଠି । ଆଙ୍ଗୁଠି ଥିବା କାରଣରୁ ଏବେ ଏହା ତା ପାଇଁ ବିପଦ ସାବ୍ୟସ୍ତ ହୋଇଛି । ଏହାର କାରଣ ହେଉଛି ଏକ ତାନ୍ତ୍ରିକ ତା’ର ସମ୍ପର୍କୀୟଙ୍କୁ କହିଛି ଏଭଳି ହାତ ଗୋଡରେ ଆଙ୍ଗୁଠି ଥିବା ବାଳକର ବଳି ଦେବା ଦ୍ୱାରା ଧନପ୍ରାପ୍ତ ହୋଇଥାଏ ।
ପିଲାଟିର ପରିବାର ଲୋକ କହିଛନ୍ତି ଯେ ସମ୍ପର୍କୀୟ ପିଲାକୁ ମାରିଦେବାକୁ ଚାହାନ୍ତି । ଏଏନଆଇ’ର ରିପୋର୍ଟ ମୁତାବକ ପିଲାର ବାପା ଏହି ଭୟରେ ସ୍କୁଲ ଯିବା ମଧ୍ୟ ବନ୍ଦ କରିଦେଇଥିବା ପିଲାର ବାପା କହିଛନ୍ତି ଏବଂ ପୁଲିସର ସହାୟତା ମଧ୍ୟ ମାଗିଛନ୍ତି ।ବାରବାଙ୍କିର ସର୍କଲ ଅଫିସର ଉମାଶଙ୍କର ସିଂ କହିଛନ୍ତି ଯେ ପିଲାଟିର ପାଠ ପଢାରେ ସାହାଯ୍ୟ କରିବେ ।
ଅଭିଯୋଗ ମିଳିଛି ଏବଂ ନିପକ୍ଷ ଯାଂଚ କରିବେ ବୋଲି ସିଂ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ପିଲାର ଘର ଲୋକ ଆର୍ଥିକ ରୂପରେ ଦୁର୍ବଳ ଥିବାରୁ , ତା’ର ପାଠପଢାରେ ସହାୟତା ଯୋଗାଇବେ ।