Only for Entertainment

କେଶ ଝଡ଼ିବା ସମସ୍ୟାକୁ ଦୂର କରେ ଗ୍ରୀନ୍‌ ଟି !

Healthy Skin Healthy You
25

ଶୀତଦିନେ ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ଅଧିକ ଥିବାରୁ ଏହି ଦିନେ କେଶ ଅଧିକ ମାତ୍ରାରେ ଝଡ଼ିଥାଏ । ତେବେ କେଶ ଝଡ଼ିବା ସମସ୍ୟାକୁ ଗ୍ରୀନ୍‌ ଟିର ବ୍ୟବହାର କରି କିପରି ରୋକା ଯାଇ ପାରିବ ସେ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ…

  • ପ୍ରଥମେ ୩-୪ଟି ଗ୍ରୀନ୍‌ ଟି ବ୍ୟାଗ୍‌ ନେଇ ୧୦-୧୫ମିନିଟ୍‌ ଅଧା ଲିଟର ପାଣିରେ ବୁଢ଼ାଇ ରଖନ୍ତୁ । ଏହା ପରେ ସାମ୍ପୋ କରି କେଶକୁ ଭଲ ଭାବରେ ସଫା କରି ସାରିବା ପରେ ଗ୍ରୀନ୍‌ ଟିର ପାଣିରେ କେଶକୁ ଭଲ ଭାବରେ ଧୁଅନ୍ତୁ । ଏହା ପରେ ସାଧା ପାଣିରେ କେଶକୁ ଧୋଇ ନିଅନ୍ତୁ । ମାସକୁ ୨-୩ଥର ଏପରି କରିବା ଦ୍ୱାରା କେଶରେ ଫରକ ଜାଣି ପାରିବେ ।
  • ଗ୍ରୀନ୍‌ ଟି ପାଉଡ଼ର ନେଇ ଏକ ମିଶ୍ରଣ ତିଆରି କରନ୍ତୁ । ଅନ୍ୟ ଏକ ପାତ୍ରରେ ଅଣ୍ଡାକୁ ଫଟାଇ ସେଥିରେ ଗ୍ରୀନ୍‌ ଟିର ମିଶ୍ରଣ ମିଶାନ୍ତୁ । ଦୁଇଟି ଜିନିଷକୁ ଭଲ ଭାବରେ ମିଶାଇ କେଶରେ ଭଲ ଭାବରେ ମାଲିସ କରନ୍ତୁ । ଗୋଟେ ଘଣ୍ଟା ରଖିବା ପରେ ସଲ୍‌ଫେଟ୍‌ ମୁକ୍ତ ସାମ୍ପୋରେ କେଶକୁ ଧୋଇ ନିଅନ୍ତୁ ।
  • ଗୋଟେ ପାତ୍ରରେ ଗ୍ରୀନ୍‌ ଟି ତିଆରି କରିବା ସହ ସେଥିରେ ଲେମ୍ବୁର ରସ ମିଶାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣରେ ନଡ଼ିଆ ତେଲ ମିଶାଇ କେଶରେ ଭଲ ଭାବରେ ମାଲିସ କରନ୍ତୁ । ୪-୫ମିନିଟ୍‌ ମାଲିସ କରିବା ପରେ ଅଧଘଣ୍ଟା ରଖି ଧୋଇ ନିଅନ୍ତୁ । ଫରକ ଜାଣି ପାରିବେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More