Only for Entertainment

ଦିଲ୍ଲୀର ନିବାସୀ କୋହଲି, ହେଲେ ୟୁପିରେ ବାହାରିଲା ଭୋଟର ସ୍ଲିପ୍ । ଉପ ନିର୍ବାଚନ ଆଗରୁ ବିଚିତ୍ର ସ୍ଥିତି

MensXP
0 41

ଉତ୍ତର ପ୍ରଦେଶରେ ହେବାକୁ ଥିବା ଲୋକସଭା ଉପ ନିର୍ବାଚନ ପୂର୍ବରୁ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି । ଭୋଟର ତାଲିକାରେ ଅନେକ ତୃଟି ଦେଖିବାକୁ ମିଳିଛି ଏହା ସହିତ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଗୋରଖପୁର ସହଜନୱା ଭୋଟର ତାଲିକାରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ନାମ ପ୍ରକାଶ ପାଇଛି । ଭୋଟର ତାଲିକାରେ ବିରାଟ କୋହଲିଙ୍କ ନାମ ଆସିବା ପରେ ଜିଲ୍ଲା ପ୍ରଶାସନର ଦୃବଳତା ପଦାରେ ପଡିଛି ।

gorakhpur-

ଗୋରଖପୁରରେ ୧୧ ମର୍ଚ୍ଚକୁ ଲୋକସଭା ଉପ ନିର୍ବାଚନ ହେବାକୁ ଥିବା ବେଳେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ରିପୋର୍ଟ ଅନୁସାରେ ସହଜନୱା ବିଧାନସଭା କ୍ଷେତ୍ରର ୩୨୪, ଭାଗ ସଂଖ୍ୟା ୧୫୩ ଏବଂ ମତଦାନ କ୍ରମାଙ୍କ ୮୨୨ରେ ବିରାଟ କୋହଲିଙ୍କ ନାମ ରହିଛି । ଏବଂ ମତଦାନ ଚିଠାରେ ବରାଟଙ୍କର ଫଟୋ ମଧ୍ୟ ରହିଛି । ଦିଲ୍ଲୀର ନିବାସୀ କୋହଲିଙ୍କର ଭୋଟର ସ୍ଲିପ୍ ୟପିରେ ବାହାରିବା ଘଟଣା ପ୍ରଶାସନର କର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛି ।

ସୂଚନା ଅନୁସାରେ ବିଏଲଓ ସୁନିତା ଚୌବେ କହିଛନ୍ତି ଯେ ୪-୫ ଦିନ ପୂର୍ବେ ତାଙ୍କ ପାଖକୁ କୋହଲିଙ୍କ ଫଟୋ ଥିବା ମତଦାନ ଚିଠା ବଣ୍ଟିବା ପାଇଁ ଆସିଥିଲା । କିନ୍ତୁ ନାମର ଠିକଣା ନମିଳିବାରୁ ସେ ଏହାକୁ ଫେରାଇ ଦେଇଥିଲେ ।

ଉପଜିଲ୍ଲା ଅଧିକାରୀ ପଙ୍କଜ ଶ୍ରୀବାସ୍ତବ କହିଛନ୍ତି ଯେ ଏହି ମାମଲାର ଜାଂଚ ଆରମ୍ଭ ହୋଇଛି । ଏହା ସହିତ ସେ କହିଛନ୍ତି ଯେ କେହି ଏଥିପାଇଁ ଦାୟୀ ସେହି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More