Only for Entertainment

ବିବାହ କାହିଁକି କଲେନି,କେହି ଝିଅ ମିଳିଲେନି? ଏହି ପ୍ରଶ୍ନରେ ଏଭଳି ପ୍ରତିକ୍ର୍ରିୟା ଦେଇଥିଲେ ଅଟଳ ।

amarujala
0 140

୨୦୦୩ରେ ୨୭ ଏବଂ ୨୮ ମାର୍ଚ୍ଚକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦିନଦୟାଲ ଶୋଧ ସଂସ୍ଥାନ ଚିତ୍ରକୂଟ ଭ୍ରମଣ କରିଥିଲେ । ପ୍ରଭୁ ଶ୍ରୀରାମଙ୍କ ନଗରୀ ଚିତ୍ରକୂଟରେ ବାଜପେୟୀ ଦୁଇ ଦିନ ବିତାଇଲେ । ସେଠାରେ ତାଙ୍କ ପ୍ରତିବଦ୍ଧତା ଏବଂ ଜୀବନଶକ୍ତି ନଜର ଆସିଥିଲା । ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ସେ ଅତି ସହଜରେ ସମସ୍ତଙ୍କ ସହିତ ତଳେ ବସି ଭୋଜନ କରୁଥିଲେ ଏବଂ ପିଲା ମାନଙ୍କ ସହିତ ପିଲା ହୋଇ ଯାଇଥିଲେ । ବିବାହ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଏବଂ ଦେଶ ସହିତ ଜଡ଼ିତ ସମସ୍ତ ବଡ଼ ସମସ୍ୟା ବିଷୟରେ ଯେତେବେଳେ ସେ ଖବର ଦେଲେ ସେହି ସମୟରେ ଅନ୍ଦାର ଖେଳିଗଲା ।

ଅଟଳ ଜୀ ସମାଜସେବୀ ପଦ୍ମଶ୍ରୀ ନାନାଜୀ ଦେଶମୁଖଙ୍କ ସହିତ କଥାବାର୍ତ୍ତା କରୁଥିଲେ । ସେହି ସମୟରେ ରାମଦର୍ଶନ ସ୍ଥଳକୁ ଯିବା ପାଇଁ ଆଲୋଚନା ହେଲା । ଅଟଳଙ୍କ ପାଦରେ କଷ୍ଟ ହେଉଥିବାରୁ ଏସପିଜି ରାମଦର୍ଶନ କରିବାକୁ ଯିବାକୁ ମନା କରି ଦେଇଥିଲେ । କାରଣ ସିଢି ଚଢିବା ଏବଂ ଓହ୍ଲାଇବାରେ ଅଟଳଙ୍କୁ ସମସ୍ୟା ହେଉଥିଲା । ଏତିକି ଶୁଣି ନାନାଜୀ ଅଟଳଙ୍କୁ କହିଲେ ମୁଁ ତୁମଠାରୁ ବୟସରେ ବଡ଼ ତଥାପି ସହଜରେ ଯିବା ଆସିବା କରୁଛି । ଏତିକି ଶୁଣି ହସିଦେଇ ଅଟଳ ଜୀ କହିଲେ ବିନା ରାମଦର୍ଶନରେ ମୁଁ ଚିତ୍ରକୂଟରୁ ଯିବିନାହିଁ ।

ଚିତ୍ରକୂଟ ଭ୍ରମଣ ସମୟରେ ଯେତେବେଳେ ସେ ପିଲାଙ୍କ ସହିତ ଖେଳୁଥିଲେ ପିଲା ତାଙ୍କୁ ପ୍ରଶ୍ନ କଲେଯେ ଆପଣ ବିବାହ କାହିଁକି କରିନାହାଁନ୍ତି,କ’ଣ କେହି ଝିଅ ମିଳିଲେନି? କିଛି ସମୟ ପାଇଁ ଅନ୍ଧକାର ଖେଳିଗଲା । କିଛି ସମୟ ପରେ ହସି ଦେଇ ବାଜପେୟୀ କହିଲେ, ‘କୌଣସି ଝିଅ ମୋତେ ପସନ୍ଦ କଲେ ନାହିଁ’ । ତେଣୁ ମୁଁ ବିବାହ କଲିନାହିଁ । ଏହାପରେ ପିଲା ତାଙ୍କୁ ତାଙ୍କ ପ୍ରିୟ ଖେଳ ବିଷୟରେ ପଚାରିଲେ । ଉତ୍ତରରେ କହିଲେ ତାଙ୍କୁ କବାଡ଼ି ପସନ୍ଦ । ଏହା ଏକ ଦେଶୀ ଖେଳ । କେତେକ ଥର ସେ କଲେଜରେ ତାଙ୍କ ଟିମ କବାଡ଼ି ପ୍ରତିଯୋଗୀତାରେ ଜିତିଛି ।

ଖୁବ ଦୂରଦର୍ଶୀ ଅଟଳ ବିହାରୀ ବାଜପେୟୀ ଜଳକୁ ନେଇ ଖୁବ ସଚେତନ ଥିଲେ । କୃଷକଙ୍କ ପାଇଁ ଜଳସେଚନ ଏବଂ ସାଧାରଣ ଲୋକଙ୍କ ପାଇଁ ପାନୀୟ ଜଳ ସମସ୍ୟାକୁ ନେଇ ଧର୍ମନଗରୀରେ ସେ କହିଥିଲେଯେ,ଆଜି ପାଇଁ ପେଟ୍ରୋଲ ପାଇଁ ଯୁଦ୍ଧ ହେଉଛି ,ଯଦି ସଚେତନ ହେବା ନାହିଁ ଆଗାମୀ ଦିନରେ ଜଳ ପାଇଁ ଯୁଦ୍ଧ ହେବ । ଜଳ ପାଇଁ ତୃତୀୟ ବିଶ୍ୱଯୁଦ୍ଧ ହୋଇପାରେ । ତାଙ୍କର ଏହି ବୟାନରେ ସାରା ହଲରେ ଅନ୍ଧକାର ଖେଳିଗଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More