Only for Entertainment

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଅମୃତଧାରା, ଜୀବନରେ ଥରେ ବୁଲି ଆସନ୍ତୁ

YouTube
0 55

ଭାରତର ଅମୃତଧାରା ବିଷୟରେ କିଏ ବା ନଜାଣେ । କିନ୍ତୁ ଆପଣ ଜାଣନ୍ତି କି ଜୀବନରେ ଥରେ ହେଉ ନା କାହିଁକି ସେଠାକୁ ବୁଲିଯିବା ଜରୁରୀ । ଏହାର ନାଁ ପରି ଏଠାର ପରିବେଶ ମଧ୍ୟ ଖୁବ ମନୋମୁଗ୍ଧକର । ଖରାଦିନେ ବୁଲିବା ପାଇଁ ଏହା ପରଫେକ୍ଟ ସ୍ଥାନ । ଛତିଶଗଡରେ ଥିବା ଏହି ସୁନ୍ଦର ଝରଣାକୁ ଦେଖିଲେ ଆପଣ ଭାବିବେ ଯେପରି ପ୍ରକୃତିର କିଛି ଚମତ୍କାର ହୋଇଛି । ଝରଣାକୁ ଦେଖିବା ପରେ ଏବଂ ଏଠାରେ ଗାଧୋଇବା ପରେ ଆପଣଙ୍କର ଫେରିବା ପାଇଁ ଇଚ୍ଚା ହେବନାହିଁ ।

amritdhara waterfall

ଅମୃତଧାରା ଝରଣା ଛତିଶଗଡ ଆକର୍ଷଣୀୟ କେନ୍ଦ୍ର ହେବା ସହିତ ସୁନ୍ଦର ଦୃଶ୍ୟରାଜି ଏବଂ ଶାନ୍ତ ପରିବେଶ ପାଇଁ ବେଶ ଜଣାଶୁଣା । ଏକାର କୂଳରେ ବସିଲେ ପ୍ରକୃତିର ନିକଟତର ହେବା ପରି ଅନୁଭବ ହୋଇଥାଏ । ଏହାକୁ ଚତିଶଗଡର ଜଙ୍ଗଲ ଭୂମି ମଧ୍ୟ କୁହାଯାଇଥାଏ । କାରଣ ଏହାର ଚାରିପାଶ୍ୱର୍ରେ ପାହାଡ ଏବଂ ଜଙ୍ଗଲ ଦେଖିବାକୁ ମିଳିଥାଏ ।

amrutdhara

ଏଠାକାର ପ୍ରାକୃତିକ ପରିବେଶ ସମସ୍ତ ଦୁଃଖକୁ ଭୁଲାଇଦେବ । ଏହି ଝରଣା କୋରିୟା ଜିଲ୍ଲାର ହସଦେଓ ନଦୀରେ ଅବସ୍ଥିତ । ୯୦ ଫୁଟରୁ ଉଚ୍ଚରୁ ପଡୁଥିବା ଏହି ଝରଣା ସବୁଠାରୁ ବଡ ଝରଣା ମଧ୍ୟରୁ ଏକ ।

amritdhara waterfall 1

 

ଝରଣା ସହିତ ଏଠାରେ ଏକ ପ୍ରାଚୀନ ମନ୍ଦିର ମଧ୍ୟ ରହିଛି । ମନ୍ଦିର କାରଣରୁ ଏହି ଝରଣାରେ ଗାଧୋଇବା ଶୁଭ ହୋଇଥାଏ ବୋଲି କୁହାଯାଏ । ଅମୃତଧାରା ଝରଣା ଟୁରିଷ୍ଟଙ୍କ ପାଇଁ ଏକ ଫେମସ ପିକନିକ ସ୍ପଷ୍ଟ ଭାବେ ବେଶ ଜଣାଶୁଣା ।

amritdhara waterfall 2

ଏପ୍ରିଲ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ବୁଲିବା ପାଇଁ ଏହା ପରଫେକ୍ଟ ସ୍ଥାନ । ପରିବାର ଏବଂ ବନ୍ଧୁଙ୍କ ସହିତ ବୁଲିବା ପାଇଁ ଆପଣ ଅମୃତଧାରା ଯାଇପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More