ଉଗାଣ୍ଡାର ଉପ-ପ୍ରଧାନମନ୍ତ୍ରୀ କରିବାକୁ ଆସିଥିଲେ ଫୁଟବଲ ଟୁର୍ଣ୍ଣାମେଂଟର ଉଦଘାଟନ, କିନ୍ତୁ ଏଭଳି କିଛି ଘଟିଲା ଭିଡିଓ ହେଲା ଭାଇରାଲ !
ଉଗାଣ୍ଡାର ଉପ-ପ୍ରଧାନମନ୍ତ୍ରୀ ଅବସରପ୍ରାପ୍ତ ଜନରଲ ମୋସେସ ଅଲ୍ଲୀଙ୍କ ଏକ ଭିଡିଓ କିଛି ଦିନ ହେବ ଖୁବ ଭାଇରାଲ ହେବାରେ ଲାଗିଛି । ବିଶାଳକାୟ ଶରୀର ଥିବା ମୋସେସ ଅଲ୍ଲୀଙ୍କ ଏହି ଭିଡିଓ ଖୁବ ଶେୟାର ହେବାରେ ଲାଗିଛି । ଏଠାରେ ଆମେ କହି ରଖୁଛୁ ଯେ ଉଗାଣ୍ଡାର ଉପପ୍ରଧାନମନ୍ତ୍ରୀ ହେବା ବ୍ୟତୀତ ସେ ସାଂସଦରେ ସରକାରୀ ଯୋଜନାରେ ମଧ୍ୟ ନେତା ଅଟନ୍ତି । ସେ ଉଗାଣ୍ଡାର କ୍ୟାବିନେଟରେ ମଧ୍ୟ ନିଜର ସେବା ଦେଇଛନ୍ତି ।
First Deputy Prime Minister Moses Ali kicks off the new Ugandan Premier League football season pic.twitter.com/bnDxTluw7U
— Indy Football (@IndyFootball) August 21, 2018
କିଛି ଦିନ ହେବ ଏହି ୭୯ବର୍ଷୀୟା ୟୁଗାଣ୍ଡା ନେତା ନଂବୁଲେ ନ୍ୟାସନାଲ ଷ୍ଟାଡିୟମରେ ଏକ ଫୁଟବଲ ଟୁର୍ଣ୍ଣାମେଂଟର ଉଦଘାଟନ କରିଥିଲେ । ସେ ଫୁଟବଲକୁ ପ୍ରଥମ କିକ ମାରି ଖେଳ ଆରମ୍ଭ କରିଥାଆନ୍ତେ , ମାତ୍ର ଫୁଟବଲକୁ କିକ ମାରିବା ପରେ ସେ ନିଜେ ଗଳି ପଡିଥିଲେ । ଯାହାର ଭିଡିଓ କିଛି କ୍ଷଣ ମଧ୍ୟରେ ଭାଇରାଲ ହୋଇଯାଇଛି ।