Only for Entertainment

ଦୁଇ ଦିନ ଧରି ଅଳିଆଗଦାରେ ପଡି ରହିଥିବା ଶିଶୁକୁ ସ୍ତନ୍ୟପାନ କରାଇଲେ ମହିଳା ପୁଲିସ !

oneindia
0 57

ସାଧାରଣତଃ ପୁଲିସମାନଙ୍କୁ ଆମେ କଠୋର ସ୍ୱଭାବରେ ବୋଲି ଭାବିଥାଉ। କିନ୍ତୁ ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣଙ୍କ ମନ ପରିବର୍ତ୍ତନ ହୋଇଯିବ, ଉକ୍ତ ମହିଳା ପୁଲିସଙ୍କୁ ପ୍ରଶଂସା ନକରି ରହି ପାରିବେ ନାହିଁ। ମଧ୍ୟପ୍ରଦେଶରେ ଏକ  ଅଳିଆ ଗଦାରୁ ଦୁଇତିନି ଦିନର ନବଜାତ ଶିଶୁ ଉଦ୍ଧାର ହୋଇଥିଲା। ଯାହାକୁ କେହି ଛୁଇଁବା ପାଇଁ ରାଜି ହେଉ ନଥିବା ବେଳେ ଜଣେ ମହିଳା ପୁଲିସ ତାକୁ ଧରି ହସ୍‌ପିଟାଲ ପହଞ୍ଚିବା ସହିତ ଭୋକବିକଳରେ ରାହା ଧରି କାନ୍ଦୁଥିବା ବେଳେ ଶିଶୁକୁ ସ୍ତନ୍ୟପାନ କରାଇଥିଲେ। ଏହି ଦୃଶ୍ୟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମଧ୍ୟପ୍ରଦେଶର ଏହି ମହିଳା ପୁଲିସଙ୍କ ନାମ ଅନିଲା ପରାସର। ସେ ଏହି ନୀରିହ ଶିଶୁକୁ ନୂଆ ଜୀବନ ଦେଇଛନ୍ତି ତାହା ନୁହେଁ, ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏଭଳି ଏକ ଘଟଣା ଇନ୍ଦୋର-ମହୁ ରୋଡସ୍ଥିତ ଡିସେଣ୍ଟ କଲୋନିରେ ଘଟିଛି। ସେଠାରେ ଥିବା ଏକ ଅଳିଆଗଦାରେ ଦୁଇତିନି ଦିନର ନବଜାତ ଶିଶୁ ପଡ଼ିଥିବା ସ୍ଥାନୀୟଲୋକମାନେ ଦେଖିବାକୁ ପାଇଥିଲେ, ଏହାପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଟିମ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା। ଆରକ୍ଷକ ସୁଭାଷ ଓ ଏସ୍‌ଆଇ ଅନିଲା ପରାସର ବି ଘଟଣାସ୍ଥଳରେ ପହଞ୍ଚି ଅଳିଆ ଗଦାରୁ ନବଜାତ ଶିଶୁକୁ ଉଦ୍ଧାର କରି ବିଳମ୍ବ ନକରି ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ହସ୍‌ପିଟାଲରେ ପହଞ୍ଚିଥିଲେ। ସେଠାରେ ନବଜାତ ଶିଶୁକୁ ଭୋକବିକଳରେ ରାହା ଧରି କାନ୍ଦିବାରେ ଲାଗିଥାଏ, ସେଠାରେ ମହିଳାପୁଲିସ ଅନ୍ୟ ମହିଳାମାନଙ୍କୁ ଶିଶୁକୁ ଖାଇବାକୁ ଦେବା ପାଇଁ କହିଥିଲେ କିନ୍ତୁ କେହି ବି ମହିଳା ପୁଲିସଙ୍କ କଥା ଶୁଣି ନଥିଲେ। ଏଭଳି ପରିସ୍ଥିତିରେ ଅନିଲା ନିଜେ ଶିଶୁକୁ ସ୍ତନ୍ୟପାନ କରାଇଥିଲେ।

ଏସ୍‌ଆଇ ଅନିଲା ବର୍ଷକ ଶିଶୁର ମା’। ଉଦ୍ଧାର କରିଥିବା ଶିଶୁକୁ ସେ ସ୍ତନପାନ କରାଇବା ପରେ ହସ୍‌ପିଟାଲରୁ ଇନ୍ଦୋର ଚାଇଲ୍ହ ଲାଇନ୍‌ ତରଫରୁ ସଞ୍ଚାଳିତ ଛାୟା କେନ୍ଦ୍ରକୁ ଆଣିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More