Only for Entertainment

ସପ୍ତାହକୁ ଦୁଇ ଥର ଲଗାନ୍ତୁ ହେୟାର ମାସ୍କ,କେଶ ଲମ୍ବା ହେବା ସହ କୋମଳ ଓ ମଜବୁତ ହେବ ।

youtube.com
0 68

ପୁଅ ହୁଅନ୍ତୁ କିମ୍ବା ଝିଅ ସମସ୍ତେ ନିଜ କେଶ ପ୍ରତି ଖୁବ ସଚେତନ । ଝିଅମାନେ କେଶ ଲମ୍ବା କରିବାକୁ ଚାହାଁନ୍ତି ଏବଂ ପୁଅମାନେ ଷ୍ଟାଇଲିସ ହେବାକୁ ଚାହାଁନ୍ତି । ସେଥିପାଇଁ ବିଭିନ୍ନ ପ୍ରକାରର ହେୟାର ପ୍ରଡକ୍ଟ ବ୍ୟବହାର କରନ୍ତି । କିନ୍ତୁ ଏହା ପରିବର୍ତ୍ତେ ଘରୋଇ ଉପଚାର କରାଯାଇପାରିବ । ଯାହା କେଶ ପାଇଁ ଏକ ପ୍ରାକୃତିକ ଚିକିତ୍ସା । ଯାହାକୁ ବ୍ୟବହାର କରିବା ଦ୍ୱାରା କେଶ ବଢିବା ସହିତ ମଜବୁତ ହୋଇଥାଏ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ପ୍ରକ୍ରିୟା ।

 


କେଶରେ କେକୋନଟ ମିଲ୍କ ଲଗାନ୍ତୁ । ଏହା ଦ୍ୱାରା କେଶ ବଢିଥାଏ ଏବଂ ସୁସ୍ଥ ରଥିଖାଏ ।

ଏଲୋଭେରା ଜେଲ ଲଗାଇବା ଦ୍ୱାରା କେଶ କୋମଳ ହୋଇଥାଏ । ରୂପି ଆଦି ସମସ୍ୟା ଦୂର ହୋଇଥାଏ ।

ନଡ଼ିଆ ତେଲ କେଶକୁ ମଜବୁତ କରିଥାଏ । କେଶ ଯେତେ ଖରାପ ହୋଇଥିଲେ ମଧ୍ୟ ଏହା ସମସ୍ତ ସମସ୍ୟା ଦୂର କରିଦିଏ ।

ଭିଟାମିନ ଇ ତେଲ କେଶ ପାଇଁ ଖୁବ ଲାଭବାନ । କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ଦେଇଥାଏ । କମ ଦିନରେ କେଶକୁ ଲମ୍ବା କରିବାକୁ ଚାହୁଁଥିଲେ ଭିଟାମିନ ଇ କ୍ୟାପସୁଲ ଲଗାନ୍ତୁ ।

ପ୍ୟାକ କେଉଁଭଳି ପ୍ରସ୍ତୁତ କରିବେ-
ଏକ ପାତ୍ରରେ ୧ କପ କୋକୋନଟ ମିଲ୍କ,ଅଧ କପ ଏଲୋଭେରା ଜେଲ,୨ ଚାମଚ ନଡ଼ିଆ ତେଲ,୧ଟି ଭିଟାମିନ ଇ କ୍ୟାପସୁଲ । ଏହାକୁ ଏବେ ଅତି କମରେ ୧ ଘଂଟା ପାଇଁ ଫ୍ରିଜରେ ରଖି ଦିଅନ୍ତୁ । ଏହାକୁ କେଶର ମୂଳରେ ଲଗାନ୍ତୁ । କେଶରେ ୧ ଘଂଟା ପର୍ଯ୍ୟନ୍ତ ରଖନ୍ତୁ । ଏହାପରେ ଶାମ୍ପୁରେ ଧୋଇଦିଅନ୍ତୁ । ସପ୍ତାହକୁ ଏହିଭଳି ୨ ଥର କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More