Only for Entertainment

ଏକାପଣ ଅନୁଭବ କରୁଥିଲେ ହୋଇପାରେ ଶୀଘ୍ର ମୃତ୍ୟୁ, ପଡିପାରନ୍ତି ଏହି ରୋଗରେ !

Odyssey
0 66

ଏକ ନୂଆ ଅଧ୍ୟୟନରୁ ଜାଣିବାକୁ ମିଳିଛି ଯେ, ଏକାପଣ ରହିବା ଅନୁଭବ ଏକା ରହିବା ଠାରୁ ଅଧିକ ବିପଦଜନକ ଏବଂ ଯେଉଁ ଏକାପଣ ଅନୁଭବ କରୁଛନ୍ତି ସେମାନଙ୍କର ଖରାପ ମାନସିକ ସ୍ୱାସ୍ଥ୍ୟ, ହୃଦୟ ସମ୍ବନ୍ଧିତ ରୋଗ ହେବାର ସମ୍ଭାବନା ଅଧିକ ମାତ୍ରାରେ ଥାଏ ଏବଂ ଏହିଭଳି ଲୋକମାନେ ଖୁବ ଶୀଘ୍ର ମୃତ୍ୟୁବରଣ କରନ୍ତି । ଏକ ଗବେଶଣାରୁ ଜଣା ପଡିଛି ଯେ ଏକାପଣ ମହିଳା ମାନେ ଅଧିକ ମୃତ୍ୟୁବରଣ କରୁଥିବା ବେଳେ ପୁରୁଷଙ୍କ ମଧ୍ୟରେ ଏହା କିଛି ମାତ୍ରାରେ ଦେଖିବାକୁ ମିଳେ । ଏକା ଅନୁଭବ କରୁଥିବା ପୁରୁଷ ଏବଂ ମହିଳାଙ୍କ ମଧ୍ୟରୁ ଏକାପଣ ଅନୁଭବ ନ କରୁଥିବା ବ୍ୟକ୍ତିଙ୍କ ତୁଳନାରେ ତିନି ଗୁଣା ଚିନ୍ତା ଏବଂ ଦୁଃଖର ଲକ୍ଷଣ ହେବାର ସମ୍ଭାବନା ଥାଏ ଏବଂ ଏମାନଙ୍କର ବଂଚିବା କ୍ଷମତା ହ୍ରାସ ପାଇଥାଏ ।

କୋପେନହେଗନ ବିଶ୍ୱ ବିଦ୍ୟାଳୟ ହସ୍ପିଟାଲରେ ଡକ୍ଟରେଟ କରୁଥିବା ଛାତ୍ର ବିନଗାର୍ଡ କ୍ରିସ୍ଟେନସେନ କହିଛନ୍ତ, ଏକାପଣ ହୃଦଜନିତ ରୋଗୀ ଏକା ରହିବା ଦ୍ୱାରା ପୁରୁଷ ଏବଂ ମହିଳା ସମୟ ପୂର୍ବରୁ ମୃତ୍ୟୁ କରିଥାଆନ୍ତି । ଏହି ଅଧ୍ୟୟନକୁ ବାର୍ଷିକ ନର୍ସିଂ କଂଗ୍ରେସ ୟୂରୋହର୍ଟକେୟର ୨୦୧୮ରେ ପ୍ରସ୍ତୁତ କରାଯାଇଛି ।

ଏହି ଅଧ୍ୟୟନରୁ ଜଣା ପଡିଛି ଯେ କଣ ଖରାପ ସାମାଜିକ ନେଟୱର୍କ୧୩,୪୬୩ରୋଗୀ ଖରାପ ପରିସ୍ଥିତରେ ଜଡିତ ଅଛନ୍ତି । ଏହି ରୋଗୀ ହୃଦ ଜନିତ ରୋଗ, ଏରିଥିମିଆ, ହର୍ଟ ଫେଲ ଆଦି ରୋଗରେ ପୀଡିତ ଅଛନ୍ତି । ଏଥିରୁ ମିଳିଥିଲା ଯେ ଏମାନେ ହୃଦ ସମ୍ବନ୍ଧିତ ରୋଗରେ ପୀଡିତ ଥିଲେ ମଧ୍ୟ ଏକାପଣ ଯୋଗୁଁ ଏମାନେ ଖରାପ ପରିସ୍ଥିତି ଦେଇ ଅତିକ୍ରମ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More