Only for Entertainment

ଅଭିନେତ୍ରୀ- ଗାୟିକା ରେସ୍ମାଙ୍କୁ ଗୁଳି କରି ହତ୍ୟା କଲା ପତି ।

bollywood tadka
0 38

ପାକିସ୍ତାନୀ ଗାୟିକା ଏବଂ ଅଭିନେତ୍ରୀ ଅଧିକାଂଶ ସମୟରେ ହିଂସାର ଶୀକାର ହୋଇଥାନ୍ତି ଏହା ସମସ୍ତେ ଜାଣନ୍ତି । କେବେ କେବେ ଏମାନଙ୍କ ଜୀବନ ଚାଲିଯାଏ । ପୁଣିଥରେ ଏହିଭଳି କିଛି ହୋଇଛି । ପାକିସ୍ତାନର ଜଣେ ଅଭିନେତ୍ରୀ ଏବଂ ଗାୟିକା ରେସ୍ମାଙ୍କ ପତି ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହି ଖବରରେ ପୁରା ପାକିସ୍ତାନ ଫିଲ୍ମ ଇଣ୍ଡଷ୍ଟ୍ରି ଆଶ୍ଚର୍ଯ୍ୟ ହୋଇ ଯାଇଛି ।

ଖବର ଅନୁସାରେ ଜମି ମାମଲାକୁ ନେଇ ରେସ୍ମାଙ୍କ ପତି ତାଙ୍କୁ ହତ୍ୟା କରିଛନ୍ତି । କୁହାଯାଉଛିଯେ ରେସ୍ମା ସେହି ବ୍ୟକ୍ତିର ଚତୁର୍ଥ ପତ୍ନୀ ଥିଲେ । ରେସ୍ମାଙ୍କ ପତି ମୌକା ପାଇଁ ଫେରାର ହୋଇଯାଇଛି । ମାମଲା ରୁଜୁ ହେବା ପରେ ପୋଲିସ ଏହାର ଯାଂଚ କରୁଛି ।

ଖିଲଜୀ ଟାଇମ୍ସ ଅନୁସାରେ ରେସ୍ମାଙ୍କ ପତି ଘରେ ପ୍ରବେଶ କରିବା ମାତ୍ରେ ଗୁଳି ଚଳାଇବା ଆରମ୍ଭ କରିଦେଲା । ତେଣୁ ରେସ୍ମା ଖୁବ ଆଘାତ ପାଇଲେ ଏବଂ ତାଙ୍କର ମୃତ୍ୟୁ ହୋଇଗଲା । ରେସ୍ମାଙ୍କ ମୃତ୍ୟୁ ପରେ ଦୋଷୀ ପରିବେଶକୁ ଏହିଭଳି ଦେଖାଇଲା ଯେପରି ଘରେ ଚୋରି ହୋଇଛି । ତେବେ ଏହି ଘଟଣା ୧ ଅଗ୍ମୃର ବୋଲି କୁହାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More