Only for Entertainment

ଭଗବାନ ଶିବ ଶରୀରରେ କାହିଁକି ଲଗାନ୍ତି ଭସ୍ମ, ଆସନ୍ତୁ ଜାଣିବା ।

HAREESH
0 74

ଆପଣ ଫଟୋରେ ଦେଖିଥିବେ ରାମ-ସୀତା, ଲକ୍ଷ୍ମୀ-ଗଣେଶ, ବିଷ୍ଣୁ, ବ୍ରହ୍ମା ଆଦି ଅନେକ ଦେବାଦେବୀ ସୁନା-ଚାନ୍ଦି ଜଡିତ ଆଭୂଶଣ ଧାରଣ କରିଥାଆନ୍ତି । ମାତ୍ର ଭଗବାନ ଶିବ ନିଜ ଶରୀରରେ ଭସ୍ମ ଲଗାଇଥାଆନ୍ତି । ତାଙ୍କ ଗଳାରେ ମାଳା ପରିବର୍ତ୍ତେ ସାପ, ମଥାରେ ମୁକୁଟ ବ୍ୟତୀତ ଜଙ୍କା, ଶରୀରରେ ମୁଲାୟମ କପଡା ବଦଳରେ ବାଘ ଛାଲ ଏବଂ ଶରୀରରେ ଚନ୍ଦନ ଲେପ ବଦଳରେ ଭସ୍ମ ଥ୍ଧଶ । ଆସନ୍ତୁ ଜାଣିବା ଏହା ପଛର କାରଣ ।

ଭଗବାନ ଶିବଙ୍କ ଉପରେ ଶବ ପୋଡିଲା ପରେ ଯେଉଁ ପାଉଁଶ ବାହାରେ ତାହା ଲାଗିଥାଏ । ଏହି ଭସ୍ମ ପଛରେ ଅନେକ ଧାର୍ମିକ ମାନ୍ୟତା ରହିଛି । ଭଗବାନ ଶିବଙ୍କୁ ମୃତ୍ୟୁର ସ୍ୱାମୀ ମାନାଯାଏ । ଏହି କାରଣରୁ ଶବ ଶବ୍ଦରୁ ଶିବ ନାମ ଆସିଛି । ଏହି ଅନୁସାରେ ଶରୀର ନଶ୍ୱର ଅଟେ ଏବଂ ଏହିଭଳି ଦିନେ ଏହି ଭସ୍ମ ଭଳି ଶରୀର ମଧ୍ୟ ଭସ୍ମ ହୋଇଯାଏ । ଭଗବାନ ଶିବ ଜୀବନରେ ଏହି ଅଧ୍ୟାୟକୁ ସମ୍ମାନ କରନ୍ତି ଏବଂ ନିଜ ଶରୀରରେ ଭସ୍ମ ଲଗାଇ ଏହାକୁ ସମ୍ମାନ ଦେଇଥାଆନ୍ତି ।

ଏହାବ୍ୟତୀତ ଏକ ଆଉ ଏକ କଥା ଅନୁସାରେ ଯେତେବେଳେ ଭଗବାନ ଶିବ ଏବଂ ମାତା ସତିଙ୍କୁ ଯଜ୍ଞ ପାଇଁ ନିମନ୍ତ୍ରଣ କରାଯାଇ ନଥିଲା ସତି ରାଗରେ ଆସି ଅଗ୍ନିକୁଣ୍ଡରେ ଝାସ ଦେଇଥିଲେ । ସେହିସମୟରେ ଭଗବାନ ଶିବ ମାତା ସତିଙ୍କ ଶବକୁ ଧରତୀରୁ ନେଇ ଆକାଶ ପର୍ଯ୍ୟନ୍ତ ବୁଲିଥିଲେ । ଭଗବାନ ବିଷ୍ଣୁ ଶିବଙ୍କର ଏଭଳି ଅବସ୍ଥା ଦେଖି ନିଜକୁ ଅବସାଦରୁ ରୋକି ପାରିଲେ ନାହିଁ ଏବଂ ସେ ମାତା ସତିଙ୍କ ଶବକୁ ଛୁଇଁ ଭସ୍ମ କରିଦେଇଥିଲେ ।

ମାତା ସତିଙ୍କୁ ସ୍ମୃତିକୁ ମନେ ରଖିବା ଲାଗି ଶିବ ତାଙ୍କ ଶରୀରରେ ଭସ୍ମ ଲଗାନ୍ତି ବୋଲି ଜାଣିବାକୁ ମିଳିଥିଲା । ସେହିଭଳି ମାନ୍ୟତା ରହିଛି କି କୈଳାସ ପର୍ବତ ଅତ୍ୟନ୍ତ ଶୀତଳ ସ୍ଥାନ ଅଟେ ସେଥିରୁ ବଂଚିବା ଲାଗି ଭଗବାନ ଶିବ ଶରୀରରେ ଭସ୍ମ ଲଗାଇଥାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More